ବାହାଘର ଭୋଜି ଖାଇ ଫେରୁଥିଲା ବେଳେ ଧକ୍କା ଦେଲା ଟ୍ରକ୍‌, ୩ ବାଇକ ଅରୋହୀଙ୍କ ମୃତ୍ୟୁ

ଓଡିଶା କୋରାପୁଟ ଜିଲ୍ଲା ବଡ ଖବର ରାଜ୍ୟ

ଜୟପୁର: କୋରାପୁଟ ଜିଲ୍ଲାର ବୋରିଗୁମ୍ମ୍ମା ଥାନା ଅନ୍ତର୍ଗତ ହାର୍ଡଲି ଛକ ନିକଟରେ ଆଜି ଏକ ଟ୍ରକ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକରେ ଥିବା ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକ ତିନି ବ୍ୟକ୍ତି ହେଲେ ଭଜନ ସିଂହ ସାହାଣୀ (୨୬), ପ୍ରୀତମ ସରଦୁଲ (୨୨) ଏବଂ ସମ୍ବାରୁ (୩୬)। ତିନି ଯୁବକ ବାହାଘର ଭୋଜି ଖାଇ ଘରକୁ ଫେରୁଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ମୃତକମାନେ ଛତିଶଗଡ଼ର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ହାର୍ଡଲି ଛକ ନିକଟରେ ୩ଜଣ ବାଇକ ଆରୋହୀଙ୍କୁ ଟ୍ରକ ଚାଳକ ମୁହାଁମୁହିଁ ଧକ୍କା ଦେଇଥିଲେ। ଫଳରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଖବର ଶୁଣି ସ୍ଥାନୀୟ ଅଞ୍ଚଳର ଲୋକ ରୁଣ୍ଡ ହୋଇଥିଲେ। ଦୁର୍ଘଟଣା ଖବର ପାଇ ବୋରିଗୁମ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନି ବ୍ୟକ୍ତିଙ୍କୁ ଉଦ୍ଧାର କରି ବୋରିଗୁମ୍ମା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ତିନି ବ୍ୟକ୍ତି ଛତିଶଗଡ଼ର ଜଗଦଲପୁର ଜିଲ୍ଲା ମାଡ଼ପାଲର ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ସେମାନେ ଚରମୂଳା ଗ୍ରାମରେ ଏକ ବିବାହ ଭୋଜିରେ ଯୋଗ ଦେଇ ନିଜ ଗ୍ରାମକୁ ଫେରୁଥିଲେ। ହାର୍ଡଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଟିପର ଧକ୍କା ଦେଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଟିପର ଏବଂ ବାଇକକୁ ଜବତ କରିଛି।