ବାସହୀନ ମାନଙ୍କୁ ରନ୍ଧା ଖାଦ୍ୟ ଜଳଖିଆ ପ୍ରଦାନ

ବାସହୀନ ମାନଙ୍କୁ ରନ୍ଧା ଖାଦ୍ୟ ଜଳଖିଆ ପ୍ରଦାନ

ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ
#ବାସହୀନ_ମାନଙ୍କୁ_ରନ୍ଧା_ଖାଦ୍ୟ_ଜଳଖିଆ_ପ୍ରଦାନ                 ଦିଗପହଣ୍ଡି  :     ଦିଗପହଣ୍ଡି ଅଞ୍ଚଳ କଲୋନୀରେ ଗୁରୁବାର ସକାଳେ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ସହାୟଟାରେ ବାସହୀନ ବ୍ୟକ୍ତି ବିଶେଷ ମାନଙ୍କୁ ରନ୍ଧା ଖାଦ୍ୟ ଜଳଖିଆ ପ୍ରଦାନ କରାଯାଇଛି। ଲକ ଡାଉନ ସମୟରେ ବାସହୀନ ଦରିଦ୍ର ଭିକ୍ଷୁକ ମାନଙ୍କୁ ଖାଦ୍ୟାଭାବର ଶୀକାର ହେବାକୁ ପଡିଛି। ଏନଏସି ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ତଥାପି କିଛି ସ୍ଥାନୀୟ ବସିନ୍ଦା ସ୍ବେଚ୍ଛାକୃତ ଭାବେ ଏଭଳି ଖାଦ୍ୟାଭାବ ଶୀକାର ହେଉଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଖାଦ୍ୟ ଯୋଗାଇଦେବା ପାଇଁ ସହାୟତା ରହାତ ବଢ଼ାଇଥିବା ଦେଖିବାକୁ ମିଲିଛି। ଆଜି ୬୦ ନଂ ଜିଲା ପରିଷଦ  ଜୋନ ସଦସ୍ୟ ତଥା ବିଜେପି ନେତା ଗଦାଧର ସ୍ୱାଇଁ, ସ୍ବେତ୍ସାସେବୀ କାଳୁଚରଣ ବେହେରା, ଶଙ୍କର୍ଷଣ ରଥ, ମୁନା ବିଷୋୟୀ, ଶିବରାମ ରେଡ୍ଡୀ ପ୍ରମୁଖ ଜଳଖିଆ ଖାଦ୍ୟ ଆଣି ରାସ୍ତା ରେ ବୁଲୁଥିବା ଭିକ୍ଷୁକ ବାସହୀନ ମାନଙ୍କୁ ଯୋଗାଇଦେଇଥିଲେ।