ବାଲ୍ୟବିବାହ ରୋକିଲା ସିଏମପିଓ

ବାଲ୍ୟବିବାହକୁ ରୋକିଲା ସିଏମପିଓ

ଓଡିଶା ଗଞ୍ଜାମ ଜିଲ୍ଲା

#ବାଲ୍ୟ_ବିବାହ_ରୋକିଲା_ସିଏମପିଓ            କୋଦଳା :  ଏପଟେ କରୋନା ମହାମାରୀ ର ଭୟାବହତା କୁ ଆଖିଆଗରେ ରଖି ଜିଲ୍ଳା ପ୍ରଶାସନ ଲକଡାଉନ , ଶଟଡାଉନ କରି ଲୋକଙ୍କୁ ସଚେତନ ତା କରି ବିବାହ , ବ୍ରତ ଏବଂ ସାମାଜିକ କାର୍ଯକ୍ରମ କୁ ସମ୍ପୂର୍ଣ ବନ୍ଦ କରୁଥିବା ବେଳେ ଅନ୍ୟପଟେ ପ୍ରଶାସନ କୁ ଖାତିର ନ କରି ନାବାଳିକା କନ୍ୟାର ବିବାହ ଭଳି ଘ୍ରୂଣ୍ଯକାର୍ଯ୍ୟ ଆୟୋଜନ କରୁଥିବା ଏବଂ ସିଏମପୀଓ ହାତରେ ଧରାପଡ଼ି କାର୍ଯକ୍ରମ ବନ୍ଦହୋଇଥିବା ଚର୍ଚ୍ଚା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ପଞ୍ଚାୟତ ତିରିଡା ଗ୍ରାମ ରେ ।ପ୍ରାପ୍ତ ସୂଚନା ଅନୁଯାଇ ସୋମବାର ବେଗୁନିଆପଡା ଡାକ ସ୍ବାଇଁଙ୍କ ନାବାଳିକା କନ୍ୟା ପୂଜା ସ୍ବାଇଁ ର ବିବାହପ୍ରସ୍ତୁତି ପର୍ବ ଆୟୋଜନ ହେଉଥିବାର କୌଣଷି ସୂତ୍ର ରୁ ଖବରଜାଣି ବ୍ରହ୍ମପୁର ଚାଇଲ୍ଡଲାଇନ ବେଗୁନିଆପଡା ବାଲ୍ୟ ବିବାହ ନିଷେଧ ଅଧିକାରୀ ସିଏମପିଓ ତଥା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ୟାଳୟ କୁ ଏହାକୁ ଅଟକାଇବା ନେଇ ନିର୍ଦ୍ଦେଶ ଦେଇଥିଲେ ।କିନ୍ତୁ ସେତେବେଳେ କୁ ନାବାଳିକା କନ୍ୟା ବିବାହ ନିମନ୍ତେ ପ୍ରାୟୋଜିତ ଶ୍ୱଶୁର ଘର ତିରିଡା ଗ୍ରାମ ର ସନ୍ୟାସୀ ପୋଲାଈ ଙ୍କ ପୁତ୍ର ମନୁ ପୋଲାଈ ଙ୍କ ଘରେ ପହଞ୍ଚି ସାରିଥିଲା । କିଛି ସମୟ ମଧ୍ୟ ରେ ବିବାହ କାର୍ଯ୍ୟ ସମାପନ ହୋଇଥାନ୍ତା ।କିନ୍ତୁ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ନିଜର ସହଭାଗୀ ସେଣ୍ଟର ସୁପର ଭାଇଜର ,ପୋଲିସ ଫାଣ୍ଡି କର୍ମକର୍ତ୍ତା , ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଗ୍ରାମ ର କିଛି ଭଦ୍ରବ୍ୟକ୍ତିଙ୍କୁ ଧରି କାହ୍ନୁ ପୋଲାଈ ଘରେ ପହଞ୍ଚି ଏହା ଧର୍ତବ୍ୟ ଅପରାଧ ବୋଲି କହିଥିଲେ ।ଏହାକୁ ହ୍ରୁଦୟଙ୍ଗମ କରି ମନୁ ର ବଡ଼ ଭାଇ କାହ୍ନୁ ଭଦ୍ର ବ୍ୟକ୍ତି ଏବଂ କନ୍ୟାପିତା ଙ୍କ ସମ୍ମୁଖ ରେ ପୂଜା ସାବାଳିକା ହେବା ପର୍ଯନ୍ତ ନିଜ ବାପଘରେ ରହିବେ ସାବାଳିକା ହେବାପରେ କୋର୍ଟ ରେ ବିବାହ କରିବେ ବୋଲି ସମ୍ମତି ପ୍ରକାଶ କରି ସର୍ବସମ୍ମୂଖ ରେ ଏକ ଲିଖିତ ଚୁକ୍ତିନାମା ପ୍ରଦାନ କରିଥିଲେ ।ଏହା ପରେ ନାବାଳିକା କନ୍ୟା କୁ ତାଙ୍କ ପିତାଙ୍କୁ ହସ୍ତାନ୍ତର କରି ସେଠାରୁ ଫେରିଥିବା ନେଇ ସିଡିପିଓ ପ୍ରକାଶ କରିଛନ୍ତି ।ସିଡିପିଓ ଙ୍କ ଏହି କାର୍ଯ୍ୟ କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ଫେବ୍ରୁଆରୀ ମାସ ରେ ମଧ୍ୟ ଦୁଇ ଦୁଇଟି ନାବାଳିକା କନ୍ୟା ଙ୍କ ବାଲ୍ୟବିବାହ କୁ ଅଟକାଇଥିଲେ ।