ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ୬୦ଘଣ୍ଟିଆ ସଟ୍ ଡାଉନ୍

ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ୬୦ଘଣ୍ଟିଆ ସଟ୍ ଡାଉନ୍

ଓଡିଶା ବଡ ଖବର

#ବାଲେଶ୍ୱର,_ଯାଜପୁର_ଓ_ଭଦ୍ରକ_ଜିଲ୍ଲାରେ_୬୦_ଘଣ୍ଟିଆ_ସଟ୍_ଡାଉନ୍          ଭୁବନେଶ୍ୱର  :  ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ୬୦ଘଂଟିଆ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଗୁରୁବାର ରାତି ୧୦ଟାରୁ ୨୬ ତାରିଖ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ବୋଲି ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲାରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ତିନୋଟି ଜିଲାରେ କରୋନା ଭୂତାଣକୁ କିଭଳି ପ୍ରତିହତ କରାଯାଇପାରିବ ସେଥିପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏହି ନିଷ୍ପତି ନେଇଛନ୍ତି ।
ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଆଜି ରାତି ୧୦ଟାରୁ ୨୬ ତାରିଖ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲା ସଟ୍ ଡାଉନ୍ ରହିବ । ପୂର୍ବରୁ ଭୁବନେଶ୍ୱରରେ ଯେଭଳି ସଟ୍ ଡାଉନ ହୋଇଥିଲା ସେଭଳି ହେବ । ଏକ ପ୍ରକାର କର୍ଫ୍ୟୁଭଳି ସ୍ଥିତି ରହିବ । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଗାଡ଼ି ବ୍ୟତୀତ କେଣସି ଗାଡ଼ି ·ଲିବ ନାହିଁ । ଲୋକମାନେ ସାଇକେଲ୍ କିମ୍ବା ·ଲି·ଲି ମଧ୍ୟ ଯାଇପାରିବେ ନାହିଁ ।
ଏହି ସମୟରେ ୩ ଜିଲାରେ ବ୍ୟାପକ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେବ ଏବଂ କରୋନା ଆକ୍ରାନ୍ତଙ୍କ ବ୍ୟାପକ କଂଟାକ୍ଟ ଟ୍ରେସିଂ କରାଯିିବ । ସଟ୍ ଡାଉନ୍ ବେଳେ କେହି ବାହାରକୁ ନ ବାହାରିବାକୁ ନିର୍ଦେଶ ଦିଆଯାଇଛି । ଏହି ସମୟରେ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ । ର୍ନିଦିଷ୍ଟ କିଛି ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ବନ୍ଦ ରହିବ । ଯେଉଁମାନେ ରାଜ୍ୟ ବାହାରୁ କିମ୍ବା ପଶ୍ଚିମବଙ୍ଗରୁ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ସରପଂଚମାନଙ୍କୁ କୁହାଯାଇଛି । ଯେଉଁମାନେ ବାହାର ରାଜ୍ୟରୁ ଆସି ଘରେ ଅଛନ୍ତି ସେମାନେ ନିଜ ଇଚ୍ଛାରେ ଆସି ପଞ୍ଜୀକରଣ କରନ୍ତୁ, ଅନ୍ୟଥା ସେମାନଙ୍କ ବିରୋଧରେ ନିୟମାନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି ।
ଉଲ୍ଲେଖ୍ୟଯୋଗ୍ୟ ଯେ ୫ ଦିନରେ ଏହି ୩ ଜିଲାରୁ ୨୮ଟି କରୋନା ପଜିଟିଭ୍ ବାହାରିଛି । ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍ ନଂ ୬୧ରୁ ୮୯ ପର୍ଯ୍ୟନ୍ତଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ରୁ ଗୋଟିଏକୁ ବାଦଦେଲେ ବାକି ସମସ୍ତ ଏହି ତିନୋଟି ଜିଲ୍ଲାରୁ ଆସିଛି । ପଶ୍ଚିମବଙ୍ଗରୁ ସଂକ୍ରମଣ ଲିଙ୍କ ରହିଥିବା ଜଣାଯାଇଛି । ତେଣୁ ଏହି ଜିଲ୍ଲା ସହିତ ପଡ଼ୋଶୀ ରାଜ୍ୟ ସଂପୃକ୍ତ ସୀମାନ୍ତକୁ ସିଲ୍ କରାଯିବ ଏବଂ ଏଥି ପାଇଁ ରାଜ୍ୟ ପୋଲିସ୍ ଡିଜିଙ୍କ ତତ୍ୱାବଧାନରେ ୨୭ ପ୍ଲାଟୁନ୍ ପୋଲିସ୍ ନିୟୋଜିତ ରହିଛନ୍ତି । ଆବଶ୍ୟକ ହେଲେ ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯିବ । ଅନୁରୂପ ଭାବରେ ଏହି ତିନୋଟି ଜିଲ୍ଲାରେ ସଂକ୍ରମଣ ପ୍ରତିରୋଧ ପରିଚାଳନା ପାଇଁ ତିନି ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।