ବସ୍‌କୁ ୭ ଲକ୍ଷ ୭ ହଜାର ଫାଇନ୍‌

ବସ୍‌କୁ ୭ ଲକ୍ଷ ୭ ହଜାର ଫାଇନ୍‌

ଓଡିଶା ଜିଲ୍ଲା ବଡ ଖବର ବୌଦ୍ଧ

#ବସ୍‌କୁ_୭_ଲକ୍ଷ_୭_ହଜାର_ଫାଇନ୍‌   ବୌଦ୍ଧ : ପରିବହନ ନିୟମ ଉଲଂଘନ ଅଭିଯୋଗରେ  ବସ୍‌କୁ ହେଲା ଜରିମାନା। ପୁଣି ଏକ ଯାତ୍ରୀବାହୀ  ଉପରେ ବଡ଼ ଫାଇନ ଲଗାଇଛନ୍ତି ପରିବହନ ଅଧିକାରୀ, କାଟିଛନ୍ତି ଚାଲାଣ। ଖୁଣ୍ଟିଗୋରା ରୁ ବରଗଡ଼ ଯାଉଥିବା ‘ବୁଢ଼ୀମା ନାମକ’ ଏହି ଯାତ୍ରୀବାହୀ ବସକୁ ୭  ଲକ୍ଷ ୭ ହଜାର ୨୩୦ ଟଙ୍କାର ଫାଇନ କରିଛନ୍ତି ବୌଦ୍ଧ RTO। ସାରା ଦେଶ​‌ରେ ଲାଗୁ ହୋଇଥିବା ପରିବହନ ନିୟମରୁ ବସ୍‌ଟି ସଂଖ୍ୟାଧିକ ନିୟମ ଉଲଂଘନ କରିଥିବା ଜଣାଯାଇଛି।

ଖବର ଅନୁଯାୟୀ, ବସ୍‌ଟିର ରେଜିଷ୍ଟ୍ରେସନ ନଥିଲା ବା ପଞ୍ଜିକରଣ ହୋଇ ନଥିଲା। ଏଥପାଇଁ ସଡ଼କ ପରିବହନ ଅଧିକାରୀ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ସାଧାରଣ ଅଭିଯୋଗରେ ୫ ହଜାର ଟଙ୍କା ଜରିମାନା ହୋଇଥିବା ବେଳେ ବସ୍ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସର ବୈଧ ସମୟ ଅତିବାହିତ ହୋଇ ସାରିଥିଲା।

ସେହିପରି ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ ହଜାର ଟଙ୍କା ଜରିମାନା ହୋଇଛି। ସେହିପରି ବସ୍‌ର ପଲ୍ୟୁସନ  ପ୍ରମାଣପତ୍ର, ପରମିଟ୍ କିମ୍ବା ବୀମା ସାର୍ଟିଫିକେଟ୍ ନଥିବା ଧଡ଼ପଗଡ଼ ବେଳେ ଜଣାପଡ଼ିଥିଲା। ସେଥିପାଇଁ ଆର୍‌ଟିଓ ଯଥାକ୍ରମେ ୧୦ ହଜାର, ୧୦ ହଜାର ଏବଂ ୨ ହଜାର ଟଙ୍କା ଜରିମାନ କରିଛନ୍ତି। କିନ୍ତୁ ଏହା ବାଦେ ବକେୟ ଟିକସ ଓ ଫାଇନ ବାବଦକୁ ୬ ଲକ୍ଷ ୭୪ ହଜାର ୭୩୦ ଟଙ୍କା ଜରିମାନା କଷିଛନ୍ତି ଆର୍‌ଟିଓ।  ଏହିପରି ଭାବରେ ବସ୍‌ଟିର ଚାଳକ ତଥା ମାଲିକ ବିନ୍‌କାର ସଞ୍ଜୀବ ସାହୁଙ୍କୁ ମୋଟ୍ ୭ ଲକ୍ଷ ୭ ହଜାର ୨୩୦ ଟଙ୍କାର ଫାଇନ୍‌ ରସିଦ୍‌ ଧରାଇଛନ୍ତି ପରିବହନ ଅଧିକାରୀ।