ବଳଦେବଜୀଉ ମନ୍ଦିର ସମ୍ମୁଖରୁ ଆରମ୍ଭ ହେଲା ଉଚ୍ଛେଦ

ବଳଦେବଜୀଉ ମନ୍ଦିର ସମ୍ମୁଖରୁ ଆରମ୍ଭ ହେଲା ଉଚ୍ଛେଦ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#ବଳଦେବଜୀଉ_ମନ୍ଦିର_ସମ୍ମୁଖରୁ_ଆରମ୍ଭ_ହେଲା_ଉଚ୍ଛେଦ  କେନ୍ଦ୍ରାପଡା : କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରୁ ମଙ୍ଗଳବାର ଉଚ୍ଛେଦ ଆରମ୍ଭ କରାଯାଇଛି । ମନ୍ଦିରର ସୈାନ୍ଦର୍ଯୀକରଣ ଓ ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେବାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ମନ୍ଦିର ସମ୍ମୁଖରୁ ଜବରଦଖଲ ହଟାଯାଇ ରଥଦାଣ୍ଡକୁ ପ୍ରଶସ୍ତ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । କିଛିଦିନ ତଳେ ଜିଲ୍ଲାପାଳ ସଂପୃକ୍ତ ଅଂଚଳ ସରଜମିନ୍ ପର୍ଯ୍ୟବେକ୍ଷଣ କରି ଆବଶ୍ୟକୀୟ କାର୍ଯାନୁଷ୍ଠାନ ନେବାପାଇଁ ପୈାର ସଂସ୍ଥା ଅଧିକାରୀ ଦେବପ୍ରସାଦ ବଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି କ୍ରମରେ ମଙ୍ଗଳବାର ନିକଟରେ ଥିବା ଦେକାନୀ ଗୁଡିକର ତାଟି ଓ ରାସ୍ତାକୁ ବାହାରିଥିବା ଟିଣା ତାଟକୁ ହଟାଇ ଦିଆଯାଇଛି । ପରବର୍ତୀ ପର୍ଯ୍ୟାୟରେ ମାପ ଚୁପ କରାଯାଇ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ପ୍ରକାଶ୍ୟ ଯୋଗ୍ୟ ଯେ ପୈାରସଂସ୍ଥା ପକ୍ଷରୁ ଗତ ୨ ତାରିଖ ମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଥିଲା ।