ଫିନାଇଲ ପିଇ ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଫିନାଇଲ ପିଇ ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଓଡିଶା ଜିଲ୍ଲା ରାୟଗଡା

#ସଙ୍ଗରୋଧ_କେନ୍ଦ୍ରରେ_ଯୁବକଙ୍କ_ଆତ୍ମହତ୍ୟା_ଉଦ୍ୟମ             ରାୟଗଡା:  (ଗୁରୁ ପ୍ରସାଦ ସାହୁ) ରାୟଗଡାର ଜିସିଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଗଞ୍ଜାମର ଜଗା ପାତ୍ର ବାଥରୁମରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଜଗାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହା ଜଣାପଡିନାହିଁ ।

ସୂଚନା ଯୋଗ୍ୟଯେ, ଏହା ପୂର୍ବରୁ ଏପ୍ରିଲ ୮ ତାରିଖରେ ମଧ୍ୟ ସୁନ୍ଦରଗଡ଼ର ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଥିବା ସଙ୍ଗରୋଧ କକ୍ଷରେ  ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । ମୃତ ଯୁବକ ଜଣକ ଆନନ୍ଦ କୁମାର ଲାକ୍ରା (୩୦) ହୋଇଥିବାବେଳେ ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ମାତାଲଗଡା ବସ୍ତିରେ ବୋଲି ଜଣାପଡିଥିଲା । ଯୁବକ ଜଣକ ମହାରାଷ୍ଟ୍ରରୁ ଦେଢ଼ମାସ ପୂର୍ବରୁ ଫେରିଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆନନ୍ଦ ଏଠାକୁ ଆସିଥିଲେ ।

ଏହି ସଙ୍ଗରୋଧ କେନ୍ଦ୍ରରେ ଅନ୍ୟ ୧୭ ଜଣ ଥିଲେ, ଯେହେତୁ କରୋନା ସନ୍ଦିଗ୍ଧ ଭାବେ ବିବେଚନା କରାଯାଇଥିଲା ତେଣୁ ଗୋଟିକିଆ କକ୍ଷରେ ତାଙ୍କୁ ରଖାଯାଇଥିଲା । କିନ୍ତୁ ଏହା ପର ଦିନ ବିଦ୍ୟାଳୟ ନିକଟରେ ଥିବା ଏକ ଶାଗୁଆନ ଗଛରେ ନିଜ ଗାମୁଛା ବେକରେ ଲଗାଇ ସେ ଆତ୍ମହତ୍ୟା କରିଥିବାର ଜଣାପଡିଥିଲା ।