ପ୍ରାଥମିକ ଶିକ୍ଷକଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି , ତଦନ୍ତ ଦାବି କଲେ ଗ୍ରାମବାସୀ

ପ୍ରାଥମିକ ଶିକ୍ଷକଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି , ତଦନ୍ତ ଦାବି କଲେ ଗ୍ରାମବାସୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ପ୍ରାଥମିକ_ଶିକ୍ଷକଙ୍କ_କୋଟି_କୋଟି_ଟଙ୍କାର_ସମ୍ପତ୍ତି          କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ହାବୁଳଗଣ୍ଡ ପାଟଣା ପ୍ରାଥମିକ ବିଦ୍ୟାଳୟର ଜଣେ ସରକାରୀ ଶିକ୍ଷକଙ୍କର ଆୟ ବର୍ହିଭୂତ କୋଟି କୋଟି ଟଙ୍କାର ସମ୍ପତି ଥିବାରୁ ସ୍ଥାନୀୟ କେତେବ ବ୍ୟକ୍ତି ତଦନ୍ତ କରିବାକୁ ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଶିକ୍ଷକ ଜଣକ ଏକ ନିର୍ଦ୍ଦିଷ୍ଟ ପରିମାଣର ଦରମା ପାଉଥିବା ବେଳେ ବିଳାସ ପୂର୍ଣ୍ଣ ଜୀବନ ବିତାଇବା ସହ କୋଟି କୋଟି ଟଙ୍କା ଠୁଳ କରିବା ଘଟଣା ସାଧାରଣରେ ଚକିତ କରିଛି । ତେବେ ଶିକ୍ଷକ ଜଣକ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇ କିପରି ଭାବରେ ଏକ ଦାମୀ କାର୍ , ତିନୋଟି ଦାମୀ ବାଇକ୍, ଆଳି, ରାଜକନିକା, ଭୁବନେଶ୍ୱରରେ ପ୍ରଭୃତି ସ୍ଥାନରେ ଯାଗା ଓ ଘର ଏଭଳି ଏତେ ଗୁଡିଏ ଟଙ୍କାର ମାଲିକ ହେବାକୁ ନେଇ ତଦନ୍ତ କରିବାକୁ
ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି ।