ପ୍ରସ୍ତାବିତ ଜନଗଣନା ପ୍ରକ୍ରିୟାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଲେଖିଲେ ପତ୍ର

ପ୍ରସ୍ତାବିତ ଜନଗଣନା ପ୍ରକ୍ରିୟାର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନବୀନ ଲେଖିଲେ ପତ୍ର

ଓଡିଶା ବଡ ଖବର

#ଜନଗଣନା_ପ୍ରକ୍ରିୟାର_ସମୀକ୍ଷା_ପାଇଁ_ପ୍ରଧାନମନ୍ତ୍ରୀଙ୍କୁ_ନବୀନ_ଲେଖିଲେ_ପତ୍ର    ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣର ଆଶଙ୍କା କାରଣରୁ ୨୦୨୧ ଜନଗଣନାର ପ୍ରସ୍ତାବିତ ପ୍ରକ୍ରିୟାକୁ ନେଇ ସମୀକ୍ଷା କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତମାନ ସମୟରେ ଏହା ଦ୍ୱାରା ଫିଲ୍ଡ ଓ୍ବାର୍କର ମାନେ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହାର ସମୀକ୍ଷା କରିବାକୁ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏହି ପତ୍ରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସାରା ଦେଶରେ ୨୦୨୧ ଜନଗଣନା ତଥା ନ୍ୟାସନାଲ ପପୁଲେସନ ରେଜିଷ୍ଟରକୁ ଅପଡେଟ କରିବା ସମ୍ପର୍କରେ ଅଧିସୂଚନା ଜାରୀ କରିଛନ୍ତି । ଏହାର ପ୍ରଥମ ପର୍ଯ୍ୟାୟ ଆଗାମୀ ଏପ୍ରିଲ ପହିଲାରୁ ୩୦ ସେପ୍ଟେମ୍ବର ମଧ୍ୟରେ ହେବ । ଦେଶ ସାରା ୩୦ ଲକ୍ଷ ଗଣନାକାରୀ ଓ ସୁପରଭାଇଜର ମାନେ ତଥ୍ୟ ସଂଗ୍ରହ କରିବେ । ପ୍ରଥମ ପର୍ଯ୍ୟାୟରେ ସବୁ ଫିଲ୍ଡ ଓ୍ବାର୍କର ଘର ଘର ଯାଇ ତଥ୍ୟ ସଂଗ୍ରହ କରିବେ ।
ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣର ମୁକାବିଲା କରିବାକୁ ପ୍ରସ୍ତୁତି ଚାଲିଛି । ତେବେ ଏହି ପ୍ରକ୍ରିୟା କାରଣରୁ ଫିଲ୍ଡ ଓ୍ବାର୍କର ମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ଏହି ପ୍ରସ୍ତାବିତ ଜନ ଗଣନା କୁ ସମୀକ୍ଷା କରିବା ଓ ଲୋକ ମାନଙ୍କର ସ୍ୱାର୍ଥରେ ନିଷ୍ପତି ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।