ଲକ୍ ଡାଉନ୍ ବେଳେ ଜବତ ଗାଡି ଛାଡିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରବାସୀ ଶ୍ରମିକଙ୍କୁ ସୀମାରେ ଥଇଥାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡିଶା ବଡ ଖବର

#ପ୍ରବାସୀ_ଶ୍ରମିକଙ୍କୁ_ସୀମାରେ_ଥଇଥାନ_କରିବାକୁ_ହାଇକୋର୍ଟଙ୍କ_ନିର୍ଦ୍ଦେଶ     ଭୁବନେଶ୍ୱର   : ଲକଡାଉନ୍ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀ ଶ୍ରମିକମାନଙ୍କ ସ୍ଥାନାନ୍ତରଣ ଉଚିତ ନୁହେଁ । ଏହା ଗୁରୁତର ସଂକଟ ସୃଷ୍ଟି କରିବ । ରାଜ୍ୟର ସୀମାନ୍ତରେ ସେମାନଙ୍କୁ ଅଟକାଇ ସେହିଠାରେ ହିଁ ରହିବା-ଖାଇବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ଓଡିଶା ହାଇକୋର୍ଟ । ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ରବିବାର ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦେଶନାମା ଜାରି କରିଛନ୍ତି । ଏହାସହ ଓଡ଼ିଶା ହାଇକୋର୍ଟ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶ୍ରମଜୀବୀଙ୍କର ଅସ୍ଥାୟୀ ରହଣିସ୍ଥଳରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବ୍ୟତୀତ ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ ସ୍ଥାନାଭାବ ହେଲେ ଜିଲ୍ଲା ପ୍ରଶାସନ ଶୌଚାଳୟ ସୁବିଧା ଥିବା ବନ୍ଦ କଲେଜ ଓ ସ୍କୁଲକୁ ବ୍ୟବହାର କରିପାରିବେ । ଜିଲ୍ଲାସ୍ତରୀୟ ସ୍ଥାନାନ୍ତରଣରେ ମଧ୍ୟ ଏହି ପ୍ରକାର ବ୍ୟବସ୍ଥା ସମ୍ପୃକ୍ତ ଜିଲ୍ଲାପାଳ କରିପାରିବେ । ଲକଡାଉନ ଉଠିବାଯାଏଁ ଏ ଭଳି ବ୍ୟବସ୍ଥା ଚାଲି ପାରିବ ବୋଲି ହାଇକୋର୍ଟ ମତ ରଖିଛନ୍ତି ।
ଏ ସଂକ୍ରାନ୍ତରେ ହାଇକୋର୍ଟ ରେଜିଷ୍ଟ୍ରି ନିଜ ତରଫରୁ ଏକ ଜନସ୍ୱାର୍ଥମାମଲା ରୁଜୁ କରିଥିଲେ । ଏହାର ଶୁଣାଣି କରି ଅଦାଲତ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ପଡ଼ୋଶୀ ରାଜ୍ୟ ତଥା ପଡ଼ୋଶୀ ଜିଲ୍ଲାମାନଙ୍କରୁ ଶ୍ରମଜୀବୀ/ଶ୍ରମିକବର୍ଗ ଓ ସେମାନଙ୍କ ପରିବାରର ସ୍ଥାନାନ୍ତରଣ ଉଦ୍ୟମ ଯୋଗୁଁ ସାଙ୍ଘାତିକ ସମସ୍ୟା ସୃଷ୍ଟି ହେବ । ସମ୍ପୃକ୍ତ ଶ୍ରମଜୀବୀମାନଙ୍କ ମଧ୍ୟରୁ କେହି କରୋନାଭାଇରସ୍ ଆକ୍ରାନ୍ତ କି, ନୁହେଁ ଯାଂଚ କରିବାର କୌଣସି ବ୍ୟବସ୍ଥା ନାହିଁ । ଏତେ ସଂଖ୍ୟକ ଲୋକଙ୍କ ସ୍ଥାନାନ୍ତରଣ କରୋନାଭାଇରସ୍ ବିସ୍ତାରରେ ସହାୟକ ହୋଇପାରେ । ହଜାର ହଜାର ସ୍ଥାନରେ ଥିବା ଏତେ ସଂଖ୍ୟକ ଲୋକଙ୍କ କଥା ବୁଝିବା ସହଜ ନୁହେଁ । ସେମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ଯାନବାହନ ଯୋଗାଇବା ମଧ୍ୟ କଠିନ କାର୍ଯ୍ୟ ବୋଲି ହାଇକୋର୍ଟ କହିଛନ୍ତି ।