ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ

ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଡିଶା ବଡ ଖବର

#ପ୍ରଣବ_ପ୍ରକାଶ_ଦାସଙ୍କୁ_ମିଳିଲା_ନୂଆ_ଦାୟିତ୍ୱ  ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ । ସେ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ନିଯୁକ୍ତ ହୋଇଛନ୍ତି। ଏଣିକି ବିଜେଡିର ସବୁ ସଙ୍ଗଠନର ଇନଚାର୍ଜ ରହିବେ ପ୍ରଣବ । ବିଜୁ ଜୟନ୍ତୀରେ ବିଜେଡି ଅଫିସରେ ଦଳର ସୁପ୍ରିମୋ ଆଜି ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଏବଂ  ବିଜେପୁର ଓ ପାଟକୁରା ଉପନିର୍ବାଚନରେ ସେ କଠିନ ପରିଶ୍ରମ କରିଛନ୍ତି । ପ୍ରବାଦ ପୁରୁଷ  ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ  ଅବସରରେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ଦଳର ଅଧ୍ୟକ୍ଷ ଯୁବନେତା ପ୍ରଣବ ପ୍ରକାଶ ଦାସଙ୍କୁ ପରିଶ୍ରମର ଫଳ ପ୍ରଦାନ କରିଛନ୍ତି ।

ବିଜେପୁର ଓ ପାଟକୁରା ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ଦଳ ଦେଇଥିବା ଗୁରୁ ଦାୟିତ୍ୱ ନିଭାଇଥିଲେ । ଦଳକୁ ବିଜୟୀ କରିବା ପାଇଁ ପ୍ରାଣପଣେ ଲାଗିପଡ଼ିଥିଲେ  ବିଜେଡ଼ିର ଏହି  ଟାଣୁଆ ଯୁବନେତା । ଦଳର ଘଡିସନ୍ଧି ମୁହୂର୍ତ୍ତରେ ପ୍ରଣବ ତାଙ୍କର ଅଭିଜ୍ଞତା କୁହାଯାଉ କିମ୍ବା ଦଳ ପ୍ରତି ଆନୁଗତ୍ୟ ମାଧ୍ୟମରେ ଦଳ ସପକ୍ଷରେ ପରିସ୍ଥିତିକୁ ପରିବର୍ତ୍ତନ କରିଛନ୍ତି । ଆଉ ଏଥିପାଇଁ ଆଜି ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ଦଳର ସୁପ୍ରିମୋ।  ଏହି ନିଯୁକ୍ତିକୁ ଦଳର କର୍ମକର୍ତ୍ତା ସ୍ୱାଗତ କରିଛନ୍ତି ।

ଦଳକୁ ଆହୁରି ମଜଭୁତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୁପ୍ରିମୋ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ପଦଟି ପ୍ରଦାନ କରିଥିବା କର୍ମକର୍ତ୍ତା କହିଛନ୍ତି ।