ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ , ପାସ୍ ହାର ୯୧.୪୬%,ଭୁବନେଶ୍ୱର ରିଜିଅନରେ ୯୩.୨୦ % ଛାତ୍ରଛାତ୍ରୀ ପାସ୍

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ , ପାସ୍ ହାର ୯୧.୪୬%,ଭୁବନେଶ୍ୱର ରିଜିଅନରେ ୯୩.୨୦ % ଛାତ୍ରଛାତ୍ରୀ ପାସ୍

ଓଡିଶା ଦେଶ -ବିଦେଶ ବଡ ଖବର

#ପ୍ରକାଶ_ପାଇଲା_ସିବିଏସଇ_ଦଶମ_ରେଜଲ୍ଟ       ଭୁବନେଶ୍ୱର    : ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷର ପାସହାର ୯୧.୪୬ ପ୍ରତିଶତ ରହିଛି । ମୋଟ୧୭ ଲକ୍ଷ ୧୩ ହଜାର ୧୨୧ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୂର୍ବବର୍ଷ ଅପେକ୍ଷା ପାସ ହାର ୦.୩୬ ପ୍ରତିଶତ ଅଧିକ ରହିଛି । ଭୁବନେଶ୍ୱର ରିଜିଅନରେ ୯୩.୨୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ସିବିଏସଇରେଜଲ୍ଟସ ଡଟ ଏନଆଇସି ଡଟ ଇନରେ ରେଜଲ୍ଟ ଉପଲବ୍ଧ ହେଉଛି ।

ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୨୮ %ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ଚେନ୍ନାଇ ରିଜିଅନ୍ ରେ ୯୮.୯୫,ବେଙ୍ଗାଲୁରୁ ରିଜିଅନ୍ ରେ ୯୮.୨୩, ପୁନେ ୯୮.୦୫, ଅଜମେର ୯୬.୯୩,ପଂଚକୁଲା ୯୪.୩୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି ।
ଚଳିତ ବର୍ଷ କୋଭିଡ ୧୯ ମହାମାରୀ ଭିତରେ ସିବିଏସଇର କିଛି ପରୀକ୍ଷା ହୋଇଥିବାବେଳେ ୬ ଟି ବିଷୟର ପରୀକ୍ଷା ସ୍ଥଗିତ ହୋଇଥିଲା । ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ନମ୍ୱରକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡିକର ନମ୍ୱର ହିସାବରେ ସେମାନଙ୍କୁ ନମ୍ୱର ଦିଆଯାଇଛି । ଚଳିତ ବର୍ଷ ଓଡିଶାରୁ ୨୨ ହଜାର ଛାତ୍ରଛାତ୍ରୀ ସିବିଏସଇ ଦଶମ ପରୀକ୍ଷା ଦେଇଥିଲେ ।