ପୈାରାଞ୍ଚଳରେ ଘରେ ଖାଦ୍ୟ ଯୋଗାଇବ ସ୍ୱୟଂ ସହାୟିକା ଗୋଷ୍ଠୀ

ପୈାରାଞ୍ଚଳରେ ଘରେ ଖାଦ୍ୟ ଯୋଗାଇବ ସ୍ୱୟଂ ସହାୟିକା ଗୋଷ୍ଠୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ପୈାରାଞ୍ଚଳରେ_ଘରେ_ଖାଦ୍ୟ_ଯୋଗାଇବ-ସ୍ୱୟଂ_ସହାୟିକା_ଗୋଷ୍ଠୀ    କେନ୍ଦ୍ରାପଡା  : କରୋନା ପାଇଁ ସାରା ଦେଶ ଲକ ଡାଉନ ଥିବାରୁ କେନ୍ଦ୍ରାପଡାର ସମସ୍ତ ହୋଟେଲ ଓ ଜଳଖିଆ ଦୋକାନ ବନ୍ଦ ରହିଛି । ହୋଟେଲ ଖାଦ୍ୟ ଉପରେ ନିର୍ଭର କରି କେନ୍ଦ୍ରାପଡା ସହରରେ ରହୁଥିବା ସରକାରୀ ବେସରକାରୀ କର୍ମଚାରୀ ଓ ଅନ୍ୟବ୍ୟକ୍ତି ମାନଙ୍କୁ ସେମାନଙ୍କ ଘରେ ଖାଦ୍ୟ ଯୋଗାଇବା ପାଇଁ ପୈାରସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହୋଟେଲ ବଦଳରେ ସ୍ୱୟଂ ସହାୟିକା ଗୋଷ୍ଠୀ ସ୍ୱଳ୍ପ ମୁଲ୍ୟରେ ଖାଦ୍ୟ ଯୋଗାଇବେ ବୋଲି ପୈାର ସଂସ୍ଥା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସ୍ଥାନରୁ ଆସି ପୈାରାଞ୍ଚଳରେ ରହିଥିବା କର୍ମଚାରୀ ଏବଂ ଶ୍ରମିକ ମାନେ ହୋଟେଲ ବନ୍ଦ ରହିଥିବାରୁ ଖାଇବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହି ଅସୁବିଧା କୁ ଦୂର କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶରେ ପୈାରାଞ୍ଚଳ ଅନ୍ତର୍ଗତ ମାଧପୁରର ସୁରଭି ସ୍ୱୟଂ ସହାୟିକା ଗୋଷ୍ଠୀ ଘରେ ଘରେ ଖାଦ୍ୟ ଯୋଗାଇବ । ଏନେଇ ପୈାରସଂସ୍ଥା ତରଫରୁ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୯୨୩୭୪୭୪୮୬୨ ନଂ ରେ ଫୋନ କରି ଅର୍ଡର ଦେଲେ ୨୫ ଟଙ୍କା ବିନିମୟରେ ଖାଦ୍ୟ ଘର ପାଖରେ ପହଞ୍ଚାଇବ ବୋଲି ସୂଚନା ମିଳିଛି ।