ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ପରଲୋକ

ଓଡିଶା ବଡ ଖବର

#ପୂର୍ବତନ_କେନ୍ଦ୍ରମନ୍ତ୍ରୀ_ଅର୍ଜ୍ଜୁନ_ସେଠୀଙ୍କ_ପରଲୋକ        ଭୁବନେଶ୍ୱର :  ଭଦ୍ରକର ବର୍ଷିୟାନ୍ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ୮ ଥର ସାଂସଦ ଥିବା ବରିଷ୍ଠ ବିଜେପି ନେତା ଅର୍ଜ୍ଜୁନ ଚରଣ ସେଠୀଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ସେ ଗୁରୁତର ଭାବେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱରରେ ତାଙ୍କ ସାନ ପୁଅଙ୍କ ପାଖରେ ରହୁଥିବାବେଳେ ହଠାତ୍ ତାଙ୍କ ମୁଣ୍ଡ ଘୁରାଇ ଯାଇଥିଲା । ଚେୟାରରେ ବସିଥିବାବେଳେ ସେ ତଳେ ପଡ଼ିଯାଇଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ୮ ଥର ସାଂସଦ ଥିବା ଓ ୨ ଥର ବିଧାୟକ ହୋଇଥିବା ଶ୍ରୀ ସେଠୀ ଗତ ନିର୍ବାଚନରେ ବିଜେଡ଼ିି ଛାଡ଼ି ବିଜେପିରେ ଯୋଗଦେଇଥିଲେ ।

ଅର୍ଜୁନ  ସେଠୀ ୧୯୪୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୧ରେ ଭଦ୍ରକ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ଏହାପରେ ସେ ୧୯୮୦ରେ ମଧ୍ୟ କଂଗ୍ରେସ ଟିକେଟରୁ ସାଂସଦ ହୋଇଥିଲେ । ପରେ ୧୯୯୧ରେ ଜନତା ଦଳରୁ ସାଂସଦ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଏହାପରେ ସେ ଲଗାତାର ଭାବେ ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ମଧ୍ୟ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ସାଂସଦ ହୋଇଥିଲେ । ସେ ୨୦୦୦ରୁ ୨୦୦୪ ମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।