ପୁରା ଓଡିଶାକୁ ବ୍ୟାପିଲା କରୋନା

ପୁରା ଓଡିଶାକୁ ବ୍ୟାପିଲା କରୋନା

ଓଡିଶା ବଡ ଖବର

#ପୁରା_ଓଡିଶାକୁ_ବ୍ୟାପିଲା_କରୋନା            ଭୁବନେଶ୍ୱର     : ରାଜ୍ୟର ସମସ୍ତ ୩୦ ଜିଲ୍ଲାକୁ ଛୁଇଁଛି କରୋନା । ଏକ ମାତ୍ର ଜିଲ୍ଲା ଭାବେ ସଂକ୍ରମିତ ହୋଇନଥିବା ରାୟଗଡ଼ା ଜିଲ୍ଲାରେ ବୁଧବାର ଦିନ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଓଡିଶାକୁ ବ୍ୟାପିଛି ଏହି ଭୂତାଣୁ । ରାୟଗଡାରୁ ଚିହ୍ନଟ ପଜିଟିଭ ଜଣକ ଦିଲ୍ଲୀରୁ ଫେରିଥିଲେ । ତାଙ୍କୁ କ୍ୱାରେଂଟିନରେ ରଖାଯାଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉଲ୍ଲେଖ୍ୟଯୋଗ୍ୟଯେ ବୁଧବାର ଦିନ ରାଜ୍ୟରେ ୧୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଂଟାଇନ୍ ସେଂଟରରେ ରହିଥିବ ବେଳେ ଲୋକାଲ୍ କେସ୍ ୧୧ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮୮କୁ ଛୁଇଁଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୫୪ ଜଣ ଚିକିତ୍ସାଧୀନ ଥିବାବେଳେ ୧,୩୨୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି ।