ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶା ବଡ ଖବର

#ପୁଣି_୨_କରୋନା_ଆକ୍ରାନ୍ତ_ଚିହ୍ନଟ        ଭୁବନେଶ୍ବର : ରାଜ୍ୟରେ ପୁଣି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏସମ୍ପର୍କରେ ସୂଚନା ଦିଆଯାଇଛି। ପ୍ରଥମ ଥର ରାଜ୍ୟର କରୋନା ମାନଚିତ୍ରରେ ସାମିଲ ହୋଇଛି ଢେଙ୍କାନାଳ । ଢ଼େଙ୍କାନାଳ ସହରରୁ ଜଣେ ୫୧ ବର୍ଷୀୟ ମହିଳା କରୋନା ଆକ୍ରାନ୍ତ ହୋଇଥିବା  ଜଣାପଡ଼ିଛି। ଏହାଛଡା ପଶ୍ଚିମବଙ୍ଗର ମେଦିନା ପୁରରୁ ଆସି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଆଜିର ଦୁଇଟି ଘଟଣାକୁ ମିଶାଇଲେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି। ପଶ୍ଚିମବଙ୍ଗରୁ ଆସିଥିବା ଆକ୍ରାନ୍ତ ସିଧା ଆମ୍ବୁଲାନ୍ସରେ ଭୁବନେଶ୍ବର ଆସିଥିଲେ । ଗତକାଲି ରାଜ୍ୟରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡିଥିଲା। ଗତକାଲି ପରୀକ୍ଷା ହୋଇଥିବା ୪୦୦ଟି ନମୁନାରୁ ଗୋଟିଏ ବି ପଜିଟିଭି ବାହାରି ନ ଥିଲା ତେବେ ରାଜ୍ୟରେ ଏପର୍ଯ୍ୟନ୍ତ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ଭୁବନେଶ୍ୱରରେ କେବଳ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।