ପୁଅର ଶବକୁ ଗାତ ଖୋଳି ପୋତିଲା ମା’

ପୁଅର ଶବକୁ ଗାତ ଖୋଳି ପୋତିଲା ମା’

ଓଡିଶା ଜିଲ୍ଲା ବଡ ଖବର ବାଲେଶ୍ୱର ରାଜ୍ୟ

#ପୁଅର_ଶବକୁ_ଗାତ_ଖୋଳି_ପୋତିଲା_ମା’     ବାଲେଶ୍ୱର :  ଶବ ପ୍ରତି ମଧ୍ୟ ସାମାନ୍ୟ ମାନବିକତା ଦେଖାଇଲେ ନାହିଁ ଗ୍ରାମବାସୀ। ଗାଁ ମଶାଣିରେ ପୁଅର ଶେଷକୃତ୍ୟ କରିବାକୁ ଅନୁମତି ପାଇଲାନି ବୁଢ଼ି ମା’। ଶେଷରେ ୩ କିଲୋମିଟର ଦୂରେର ଥିବା ଏକ ପାହାଡ ତଳ ଅଞ୍ଚଳରେ ଗାତ ଖୋଳି ପୁଅ ମୃତଦେହକୁ ପୋତି ଦେଲା ମା’। ଏପରି ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳ ସିଆଡିମାଳ ପଞ୍ଚାୟତ ଅନ୍ତର୍ଗତ ପୋଡାଶୁଳ ଗାଁରେ ଘଟିଛି। ମୃତଦେହକୁ ଉପଯୁକ୍ତ ସମ୍ମାନ ଦେବା ନିମନ୍ତେ ସରକାର ପ୍ରଣୟନ କରିଥିବା ହରିଶ୍ଚନ୍ଦ୍ର ଯୋଜନା ଏଠାରେ ଫେଲ୍‌ ମାରିଛି।

ଶେଷରେ ୩ କିଲୋମିଟର ଦୂରେର ଥିବା ଏକ ପାହାଡ ତଳ ଅଞ୍ଚଳରେ ପଡୋଶୀଙ୍କ ସହାୟତାରେ ପୁଅର ଶବକୁ ଏକ ଗାତ ଖୋଳି ପୋତିଦେଲା ମା’।  ଶବ ପୋତା ଯାଇଥିବା ସ୍ଥାନରୁ ମାତ୍ର ୩୦୦ ମିଟର ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ ଥିଲେ ସୁଦ୍ଧା ସରପଞ୍ଚ କିମ୍ବା ଅନ୍ୟ କର୍ମଚାରୀ ଏ ସମ୍ପର୍କରେ କିପରି ଜାଣିପାରିନଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।   ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିବା ସହ ଏକ ମେଡିକାଲ ଟିମ୍ ପଠାଇ ଯାଞ୍ଚ କରିବେ ବୋଲି କହିଛନ୍ତି।