ପିପୁଲ ଫର ସେବା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ପିପୁଲ ଫର ସେବା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ପିପୁଲ_ଫର_ସେବା_ପକ୍ଷରୁ_ରନ୍ଧା_ଖାଦ୍ୟ_ବଣ୍ଟନ       ପିପିଲି  :  (ବିଜୟ କୁମାର ମହାପାତ୍ର )  କରୋନା ଭାଇରସ ସଂକ୍ରମଣ କୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ କରାଯାଇଛି । ଯାହା ଫଳରେ ବଜାର ଦୋକାନ ବନ୍ଦ କରାଯିବା ସହ ଜନ ଗହଳୀ ନକରିବା ପାଇଁ ନିଦ୍ଦେର୍ଶ ରହିଛି । ଏହି ଲକ ଡାଉନ ପାଇଁ ବଜାର ଦୋକନ ବନ୍ଦ ହେବା ସହ ରାସ୍ତା ଘାଟ ଜନଶୂନ୍ୟ ହୋଇଯାଇଛି ।ଏମିତି କି କେହୀ କୁଆଡେ ଯାଇ ପାରୁନାହାଁନ୍ତି । ରାଜ୍ୟ ଓ ଜିଲ୍ଲା ବାହାରୁ ଆସିଥିବା ଲୋକମାନେ ନାହିଁ ନଥିବା ହଇରାଣରେ ପଡିଛନ୍ତି । ଠିକ୍ ଏହି ବିପଦ ସମୟରେ ସାମାଜିକ ସ୍ୱେଛାସେବୀ ସଂଗଠନ ପିପୁଲ ଫର ସେବା ପକ୍ଷରୁ ପିପିଲି ଓ ତାର ଆଖ ପାଖ ଅଞ୍ଚଳରେ ରହିଥିବା ଅସହାୟ ଓ ବାସହରା ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛି । ପ୍ରତ୍ୟକ ଦିନ ବ୍ଲକ ଛକ, ପିପିଲି ବାଇପାସ ଓଭରବ୍ରିଜ,ଉତରା ଗୁଡିଆ ପୋଖରୀ ଛକ, କଣ୍ଟି ବଜାର ଥିବା ଅସହାୟ ବ୍ୟକ୍ତି ୨୦୦ ଜଣକୁ ରନ୍ଧା ଖାଦ୍ୟ ବଂଟନ କରିଥିବା ଜଣାପଡିଛି । ରାଜ୍ୟରୁ ଲକ ଡାଉନ ପ୍ରତ୍ୟାହୃତ ନହେବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଅନୁଷ୍ଠାନର ସଭାପତି ଆଦିତ୍ୱ ଦାସଙ୍କ ନେତୃତ୍ୱରେ ଜ୍ୟୋତି ରଂଜନ ନାୟକ,ପ୍ରଶାନ୍ତ ସାହୁ,ଟୁନା ସାହୁ,ରଞ୍ଜିତା ଘୋଷ,ଟୁନା ସାହୁ,ବିଶୁ ଦିକ୍ଷିତ୍ ପ୍ରମୁଖ ବଣ୍ଟନ କରିବେ ବୋଲି ପିପିଲି ଶାଖା ମୁଖ୍ୟ ପ୍ରକାଶ ସାହୁ ସୂଚନା ଦେଇଛନ୍ତି ।