ପିପିଲି ବ୍ଲକର ଦାନଗହିର୧୦ ଦିନ ପାଇଁ ସଟ୍ ଡାଉନ୍‌

ପିପିଲି ବ୍ଲକର ଦାନଗହିର୧୦ ଦିନ ପାଇଁ ସଟ୍ ଡାଉନ୍‌

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ଦାନଗହିର_୧୦_ଦିନ_ପାଇଁ_ସଟ୍_ଡାଉନ୍‌          ପିପିଲି : ( ବିଜୟ କୁମାର ମହାପାତ୍ର) ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ମିଳିବା ପରେ  ଶନିବାର ପୁରୀ ଜିଲ୍ଲା ପିପିଲି ବ୍ଲକ ଦାନଗହିର କୁ ସଟ୍ ଡାଉନ୍ ଘୋଷଣା କରାଯାଇଛି। ପୁରୀ ଜିଲ୍ଲାପାଳ ଏହି ଗାଁକୁ ୧୦ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ, ଆଜି ସକାଳ ୭ଟାରୁ ଏହି ଶଟ୍ ଡାଉନ୍ ଲାଗୁ ହୋଇଛି। ଏହା ଏପ୍ରିଲ୍ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ରହିବ।

ଏହାଛଡା ଦାନଗହିର ଗ୍ରାମର ଚତୁଃପାର୍ଶ୍ୱକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଦାନଗହିର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା ହୋଇଛି। ଆବଦ୍ଧ ଅଞ୍ଚଳରୁ କେହି ବାହାରକୁ ବାହାରିବା ମନା। ଏପରିକି ଆବଦ୍ଧ ଅଞ୍ଚଳ ମଧ୍ୟକୁ କୌଣସି ବାହାର ବ୍ୟକ୍ତିଙ୍କୁ ମଧ୍ୟ ପ୍ରବେଶ ମନା। ଆବଦ୍ଧ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ , ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହା ସହିତ ଉପଜିଲ୍ଲାପାଳଙ୍କୁ ଆବଦ୍ଧ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱ ବୁଝିବାକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରୁ ଦିଲ୍ଲୀର ନିଜାମୁଦ୍ଦିନ ଧର୍ମସଭାକୁ ଯେତେ ଜଣ ଲୋକ ଯାଇଥିଲେ ସେମାନଙ୍କ ମଧ୍ୟରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି। ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସଥିବା ବେଳେ ତିନି ଜଣଙ୍କର ପଜିଟିଭ୍ ଆସିଛି। ସେହି ତିନି ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁରୀର ଏହି ଦାନଗହିର ଗ୍ରାମର ବାସିନ୍ଦା।