ପିପିଲିରେ ସନ୍ତ୍ରାସବାଦ ବିରୋଧି ଦିବସ ପାଳିତ

ପିପିଲିରେ ସନ୍ତ୍ରାସବାଦ ବିରୋଧି ଦିବସ ପାଳିତ

ଓଡିଶା ଜିଲ୍ଲା ପୁରୀ
#ପିପିଲିରେ_ସନ୍ତ୍ରାସବାଦ_ବିରୋଧି_ଦିବସ_ପାଳିତ           ପିପିଲି  ( ବିଜୟ କୁମାର ମହାପାତ୍ର ) ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ସନ୍ତ୍ରାସବାଦ ବିରୋଧି ଦିବସ ପାଳନ କରାଯାଉଥିବା ବେଳେ ଏହି ଆନୁକୁଲ୍ୟରେ ପିପିଲି ଥାନା ପକ୍ଷରୁ ଥାନା ପରିସରରେ  ଆଇଆଇସି ଶରତ କୁମାର ସାହୁ ସମସ୍ତ କାର୍ଯ୍ୟରତ ଅଫିସର ଏବଂ କର୍ମଚାରୀ ମାନଙ୍କୁ ଏହି ସନ୍ତ୍ରାସବାଦ ବିରୋଧି ଦିବସ ଉପରେ ନିଜର ମନ୍ତବ୍ୟ ରଖି ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି । ଭାରତୀୟ ନାଗରିକ ଆମ ଦେଶରେ ଅହିଂସା ଏବଂ ସହନଶିଳତା ପରମ୍ପରା ଉପରେ ଦୃଢ ବିଶ୍ୱାସ ରଖି ନିଷ୍ଠାପୂର୍ବକ କାର୍ଯ୍ୟ କରିବା ପାଇଁ ଶପଥ ନେଉଛି ଯେ ଆତଙ୍କବାଦ ଓ ହିଂସାର କାର୍ଯ୍ୟକୁ ଦେଶ ଓ ରାଜ୍ୟରେ ପ୍ରଶୟ ଦେବୁ ନାହିଁ । ଦେଶ ରକ୍ଷା କରିବା ପାଇଁ ଏହାକୁ ଆମେ ବିରୋଧ କରିବୁ । ଆମ୍ଭେମାନେ ସମାଜ ଗଠନରେ ସାମାଜିକ ସଦଭାବ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ  ଜୀବନ ମୁଲ୍ୟ ବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ବିଭେଦକାରୀ ଶକ୍ତିମାନଙ୍କ ସହ ସଂଗ୍ରାମ ଜାରୀ ରଖିବୁ ବୋଲି ଥାନା ଅଧିକାରୀ ଶରତ କୁମାର ସାହୁ ଏହି ଦିବସରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।