ପାନୀୟ ଜଳ ଉପରେ କୋରନା ମାଡ; ଅସ୍ତବ୍ୟସ୍ଥ ଗ୍ରାମବାସୀ

ପାନୀୟ ଜଳ ଉପରେ କୋରନା ମାଡ; ଅସ୍ତବ୍ୟସ୍ଥ ଗ୍ରାମବାସୀ

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର
#ପାନୀୟ_ଜଳ_ଉପରେ_କରୋନା_ମାଡ_ଅସ୍ତବ୍ୟସ୍ଥ_ଗ୍ରାମବାସୀ          ବ୍ରହ୍ମପୁର  : ଦେଶ  କରୋନା ଭୂତାଣୁ ସହ ଲଡେଇ କରୁଥିବା ବେଳେ ଅନ୍ୟପଟେ ଗ୍ରାମବାସୀ ମାନେ ବୁନ୍ଦାଏ ପିଇବା ପାଣି  ପାଇଁ ଲଡୁଛନ୍ତି। କରୋନା ମହାମାରୀ ଠାରୁ ଜଳ କଷ୍ଟ  ବଢିଯାଇଛି ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି।
ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅଧିନ ମଥୁରା ଖଦାଳ ସାହିରେ।  ଖରାର ତାତି ସାଙ୍ଗକୁ ବଢିବାରେ ଲାଗିଛି ଜଳ କଷ୍ଟ। ଦୀର୍ଘ ୫ବର୍ଷ ତଳେ  ଗ୍ରାମବାସୀ ମାନଙ୍କ ଜଳ କଷ୍ଟ ଲାଗି  ଟାଙ୍କି ନିର୍ମାଣ ହୋଇଥିଲା। ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସେହି ପାଇପ ଲାଇନ ଗୁଡିକ କାର୍ଯ୍ୟକ୍ଷମ ହୋଇପାରୁନି। ଯାହାକୁ ନେଇ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି ଗ୍ରାମବାସୀ।
 ୧୪୦ପରିବାର ଓ ୧୦୦୦ରୁ ଉର୍ଦ୍ଧ୍ବ  ଜନସଂଖ୍ୟା ବିଶିଷ୍ଟ ଏହି ସାହି ଲୋକମାନେ ପାଣିର ଅଭାବ ଦୂର କରିବା ପାଇଁ ମୁଖ୍ୟତ ପୋଖରୀ ଉପରେ ନିର୍ଭର କରନ୍ତି। ପିଇବା ପାଇଁ   ସାହି  ବାହାରେ ଗୋଟିଏ ନଳକୂପ ଅଛି  ପାଣି ନେବା ପାଇଁ ଗ୍ରାମର ମହିଳା ମାନଙ୍କର ଲମ୍ଭା ଲାଇନ ଲାଗୁଛି। ଟାଣ ଖରାରେ ପୁରୁଷ ମାନଙ୍କ ଠାରୁ ଆରମ୍ଭ କରି ମହିଳା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘଣ୍ଟା ଘଣ୍ଟା ଅପେକ୍ଷା କରି ପାଣି ସଂଗ୍ରହ କରନ୍ତି । ପୋଲିସ ଭୟରେ ଲୁଚି ଛପି ପୋଖରୀ କୁ ବ୍ୟବହାର କରନ୍ତି ।ସରକାର ଙ୍କ ତରଫରୁ ସାହି ଆରମ୍ଭରେ ଗୋଟିଏ ଷ୍ଟାଣ୍ଡ ପୋଷ୍ଟ ଅଛି ପାଣି ର ଦେଖା ମିଳୁନଥିବା ବେଳେ ଅସ୍ୱାସ୍ଥ୍ୟ କର ପରିବେଶରେ ପାଣି ସଂଗ୍ରହ କରନ୍ତି ଗାଁ ଲୋକେ।
କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ ଗାଁ ମୁହାଁ ଏବେ ସମସ୍ୟା। ଦିନ କୁ ଦିନ ବଡୁଛି ଗାଁର ଜନ ସଂଖ୍ୟା । ଏପରି ସ୍ଥଳେ ଗ୍ରାମରେ ପାଣି ସମସ୍ୟା ଏବେ
 ବିକଟାଳ ରୂପ ଧାରଣ କରିଛି। ବର୍ତ୍ତମାନ ସମୟରେ  ପରିବାର ପିଛା ଅବଶ୍ୟକତା ଠାରୁ ବଡୁଛି ପାଣିର ବ୍ୟବହାର ।ଖରାର ତାତି ସାଙ୍ଗକୁ କରୋନା ର ଭୟ ଗ୍ରାମବାସୀ ମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ପାନୀୟ ଜଳ ଯୋଗାଇବାକୁ  ସରକାରଙ୍କୁ ଗୁହାରି ଜଣାଇଛନ୍ତି ଗ୍ରାମ ବାସୀ ।
Attachments area