ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡିରୁ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ଓଡିଶା ବଡ ଖବର

#କଳାହାଣ୍ଡିରୁ_ପ୍ରଥମ_କରୋନା_ପଜିଟିଭ_ଚିହ୍ନଟ           ଭୁବନେଶ୍ୱର:  ପୁଣି ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମ ଓଡ଼ିଶା କଳାହାଣ୍ଡିର ବାସିନ୍ଦା । ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି କଳାହାଣ୍ଡି ଜିଲ୍ଲା ନିବାସୀ । ଏହି ୨୯ ବର୍ଷିୟ ଯୁବକଙ୍କ ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଛି । ସଂପୃକ୍ତ ଯୁବକ  କିଛି ଦିନ ପୂର୍ବରୁ ବାହାରିନରୁ ଫେରିଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସୂଚନା ରହିଛି ।ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୧୬୨୯ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ପଜିଟିଭ ସଂଖ୍ୟା ହେଉଛି ୨୧ । ଶନିବାର ଆରଏମଆରସିରେ ୨୨୩ଟି, ଏମ୍ସରେ ୩୮ଟି ଓ ଏସ୍‌ସିବିରେ ୪୩ଟି ନମୁନା ପରୀକ୍ଷା କରାଯାଇଥିଲା ଗତକାଲି ସୁଦ୍ଧା ୧୩୯୫ଟି ନମୁନା ପରୀକ୍ଷା କରାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଯେ, ଏପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କରୋନା ଚିହ୍ନଟ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଆଜି ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।