ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା

ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା

ଓଡିଶା

#ପୂର୍ବ_ତଟ_ରେଳପଥର_ଅଗ୍ରଣୀ_ଭୂମିକା         ଭୁୁବନେଶ୍ୱର   :  ପୂର୍ବତଟ ରେଳପଥ ଯଥା ସମୟରେ ସ୍କ୍ରାପ ଅପସାରଣ କରିବାରେ ସକ୍ରିୟ ପଦକ୍ଷେପ ନେଇ ଆସିଛି । ଲକ୍ ଡାଉନ ଉଠି ଯିବା ପରେ ଜୁନ ୨୦୨୦ ରେ ପୂର୍ବ ତଟ ରେଳପଥ ଦ୍ୱାରା ସ୍କ୍ରାପ୍ ଅପସାରଣ ପ୍ରକ୍ରିୟା ଇ-ନିଲାମ ମାଧ୍ୟମରେ ପୁନଃ ଆରମ୍ଭ କରାଯାଇଛି । ପୂର୍ବ ତଟ ରେଳପଥ ଦ୍ୱାରା ସମସ୍ତ ଡିଭିଜନ ରେ ସମୁଦାୟ ୧୧ ଟି ଇ -ନିଲାମ ଅନୁଷ୍ଠିତ ହୋଇଯାଇଛି । ଜୁଲାଇରେ ମଧ୍ୟ ଆଜି ପର୍ଯ୍ୟନ୍ତ ୬ ଟି ଇ -ନିଲାମ ଅନୁଷ୍ଠିତ ହୋଇ ସାରିଲାଣି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବ ତଟ ରେଳପଥରେ ଇ -ନିଲାମ ପ୍ରକ୍ରିୟା ସମ୍ପୂର୍ଣ ରୂପେ ଅନ ଲାଇନ ପଦ୍ଧତିରେ କରାଯାଇଥାଏ । ୨୦୦୩ ମସିହାରୁ ପୂର୍ବ ତଟ ରେଳପଥର ସାମଗ୍ରୀ ପରିଚାଳନା ବିଭାଗ ଦ୍ୱାରା ଏହାର ଉତ୍ସର୍ଗୀକୃତ ଆଇଆରପିଏସ୍ (ଭାରତୀୟ ରେଳ ଇ ପ୍ରୋକ୍ୟୁରମେଂଟ ସିଷ୍ଟମ ) ପୋର୍ଟାଲ ମାଧ୍ୟମରେ ଇ -ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେଇ ଆସୁଅଛି, ଯାହାକି ସ୍କ୍ରାପ ସାମଗ୍ରୀ ଅପସାରଣ କରିବାର ଏକ ସ୍ୱଚ୍ଛ ପ୍ରଣାଳୀ ଏବଂ ଏହା ଦ୍ୱାରା ଏକ ନିର୍ମଳ ପଦ୍ଧତି ତଥା କୌଣସି ବ୍ୟକ୍ତିଗତ ହସ୍ତକ୍ଷେପ ବିନା ସମସ୍ତ ବିଡର ସମାନ ଭାବେ ସୁଯୋଗ ପାଇ ପାରନ୍ତି । ଏହି ପୋର୍ଟାଲ ରେ ଏପର୍ଯ୍ୟନ୍ତ ୩୭୦୦ ରୁ ଅଧିକ ଭେଂଡର ରେଜିଷ୍ଟ୍ରିଭୁକ୍ତ ହେଇ ସାରିଛନ୍ତି ।

ଏହି ଇ -ନିଲାମ ପ୍ରଣାଳୀ ରେ ଆଇଆରପିଏସ୍ ପ୍ଲାଟଫର୍ମରେ ଅନ୍ ଲାଇନ ମାଧ୍ୟମରେ ଲଟ୍ ଗୁଡିକର ବିବରଣୀ ପ୍ରକାଶିତ କରାଯାଇଥାଏ ଓ ବିଡର ମାନଙ୍କୁ ଅନ ଲାଇନ ମାଧ୍ୟମରେ ବିଡ଼୍ କରିବା ପାଇଁ ଅନୁମତି ଦିଆ ଯାଇଥାଏ । ଯଦି, ସବୁଠାରୁ ଅଧିକ ଉଚ୍ଚଦରରେ ଆସିଥିବା ବିଡ଼୍, ପୂର୍ବରୁ ନିର୍ଦ୍ଧାରିତ ଥିବା ମୂଲ୍ୟ ଠାରୁ ଅଧିକ ହୋଇଥାଏ, ତେବେ ସେଇ ବିଡ଼୍ କୁ ସିଷ୍ଟମ ଗ୍ରହଣ କରି ଦେଇଥାଏ ଓ ସମ୍ପୃକ୍ତ ଅଂଶଗ୍ରହଣକାରୀ ଙ୍କୁ ଲଟ୍ ଟି ବିକ୍ରୟ କରାଗଲା ବୋଲି ଘୋଷଣା କରା ଯାଇଥାଏ । ସମଗ୍ର ପ୍ରକ୍ରିୟା ଅନ୍ ଲାଇନ ରେ ସମ୍ପନ୍ନ ହୋଇଥାଏ, କୌଣସି ବ୍ୟକ୍ତିଗତ ହସ୍ତକ୍ଷେପ ବିନା ଗତ ଆର୍ôଥକ ବର୍ଷରେ, ପୂର୍ବ ତଟ ରେଳ ପଥ କରିଥିବା ସ୍କ୍ରାପ୍ ଅପସାରଣର ପରିମାଣ, ଭାରତୀୟ ରେଳ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଠାରୁ ୩୪% ଅଧିକ । ସମଗ୍ର ଜୋନକୁ ସ୍କ୍ରାପ ମୁକ୍ତ ଓ ପରିବେଶ ଅନୁକୂଳ କରିବାର ଏକ ଭରପୁର ପ୍ରୟାସ ଦ୍ୱାରା, ଏହା ପୂର୍ବରୁ ହୋଇଥିବା ସ୍କ୍ରାପ ବିକ୍ରୟ ସବୁଠାରୁ ଅଧିକ ।ଏହି ପ୍ରକ୍ରିୟା ଏଇ ବର୍ଷ ମଧ୍ୟ ସମୁଚିତ ରୂପେ ଜାରି ରଖାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।