ପଞ୍ଚାୟତ ସ୍ତରରୁ ଅନଲାଇନ୍ ଯୋଗେ ସରକାରଙ୍କ ନିକଟରେ ପହଞ୍ଚିବ ଚାଷୀଙ୍କ ସମସ୍ୟା

ପଞ୍ଚାୟତ ସ୍ତରରୁ ଅନଲାଇନ୍ ଯୋଗେ ସରକାରଙ୍କ ନିକଟରେ ପହଞ୍ଚିବ ଚାଷୀଙ୍କ ସମସ୍ୟା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#ଅନଲାଇନ୍_ଯୋଗେ_ସରକାରଙ୍କ_ନିକଟରେ_ପହଞ୍ଚିବ_ଚାଷୀଙ୍କ-ସମସ୍ୟା     କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଆମô୍ାର ଏକ ପରିଚାଳନା ବୈଠକରେ ବିଗତ ୨୦୧୮-୧୯ ଏବଂ ୨୦୧୯-୨୦ ଦୁଇ ଆର୍ଥିକ ବର୍ଷର ଆୟ ବ୍ୟୟ ସମୀକ୍ଷା କରାଯାଇଥିଲା । ଏଥିରେ ଆମô୍ାର ଡି.ପି.ଡି ସେକ୍ ଏହେସାନ୍ ଏବଂ ଆମô୍ାର ପି.ଡି ଅଶୋକ କୁମାର ମହାଶ୍ୱାର ପ୍ରମୁଖ ଉପସ୍ଥିତ ଥାଇ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । ଏଥିସହିତ ପ୍ରତି ସୋମବାର ପଂଚାୟତ ସ୍ତରୀୟ କୃଷି ସମସ୍ୟାର ସମାଧାନ ଅନ୍ଲାଇନ୍ ମାଧ୍ୟମରେ କରାଯିବା ନିଷ୍ପତି ନିଆଯାଇଛି । ପଂଚାୟତର କୃଷକମାନେ ସମ୍ମୁଖୀନ ହେଉଥିବା କୃଷି ଜନୀତ ସମସ୍ୟା, ସାର, ମେଣ୍ଢାଚାଷ, ମାଛଚାଷ ଆଦି ପାରମ୍ପାରିକ ଓ ଅଣପାରମ୍ପରିକ କୃଷି ସମସ୍ୟା ସମାଧାନ ପାଇଁ କୃଷି କାର୍ଯ୍ୟାଳୟକୁ ନ ଦୈାଡି ପ୍ରତ୍ୟେକ ପଂଚାୟତରେ କୃଷି ଅଧିକାରୀ ପଂଚାୟତରେ ଦିନ ୧୦ଟାରୁ ୨ ଟା ପର୍ଯ୍ୟନ୍ତ ଏବଂ ୨ଟାରୁ ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହି ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ଅନ୍ଲାଇନ୍ ମାଧ୍ୟମରେ ସରକାରଙ୍କ ନିକଟରେ ଉପସ୍ଥାପନ କରାଇବେ । କୈାଣସି ପଂଚାୟତରେ ଯଦି କର୍ମଚାରୀ ଅନୁପସ୍ଥିତ ରହନ୍ତି ତେବେ ତାଙ୍କ ବିରୁଦ୍ଧରେ ଜିପିଏସ୍ ସିଷ୍ଟମ୍ ରେ ଟ୍ରାକ୍ କରାଯାଇ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେଉଁ ପଂଚାୟତରେ କେଉଁ ଅଧିକାରୀ ନିଯୁକ୍ତ ରହିବେ ତାହାର ଏକ ତାଲିକାକୁ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି । ଏହି ବୈଠକରେ ଚାଷୀଙ୍କ ପ୍ରତିନିଧି, ଜିଲ୍ଲାସ୍ତରୀୟ କର୍ମଚାରୀ, ମତ୍ସ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଧନ ଚିକିତ୍ସାଧିକାରୀ, ଉଦ୍ୟାନ କୃଷି ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।