#ପଙ୍ଗପାଳ_ମୁକାବିଲା_ପାଇଁ_ସବୁ_ଜିଲ୍ଲାରେ_କଣ୍ଟ୍ରୋଲ_ରୁମ_ଖୋଲାଯିବ

ପଙ୍ଗପାଳ ମୁକାବିଲା ପାଇଁ ସବୁ ଜିଲ୍ଲାରେ କଂଟ୍ରୋଲ ରୁମ ଖୋଲାଯିବ

ଓଡିଶା ବଡ ଖବର

#ପଙ୍ଗପାଳ_ମୁକାବିଲା_ପାଇଁ_ସବୁ_ଜିଲ୍ଲାରେ_କଣ୍ଟ୍ରୋଲ_ରୁମ_ଖୋଲାଯିବ         ଭୁବନେଶ୍ୱର  :  ପଙ୍ଗପାଳ ମୁକାବିଲା ପାଇଁ ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲାଯିବ ବୋଲି ପଙ୍ଗପାଳ ମୁକାବିଲାକୁ ନେଇ କୃଷି ଭବନରେ ସମୀକ୍ଷା ବୈଠକ ପରେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହାକୁ ନେଇ ପ୍ରତି ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆ ଯାଇଛି । ଜିଲ୍ଲାସ୍ତରରେ ଅଧିକାରୀ ସଚେତନ କରାଇବେ । ସେ କହିଛନ୍ତି ଯେ ଜିଲ୍ଲା ଓ ବ୍ଲକ ସ୍ତରର ଅଧୀକାରୀମାନେ ସର୍ଭେ କଲେଣି । ପାଟି ପଏଂଟରେ ସଚେତନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଷୟିକ ପରାମର୍ଶ ନେଉଛୁ । ବିହାର, ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ନଜର ରଖିଛୁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ୮ ଲକ୍ଷ ଚାଷୀ ହେଲପଲାଇନରେ ଜଡିତ ଅଛନ୍ତି । ୬ ଲକ୍ଷ ଚାଷୀ ହ୍ୱାଟ୍ସଆପ୍ ଗ୍ରୁପରେ ଅଛନ୍ତି । ପଙ୍ଗପାଳ ମୁକାବିଲା ନେଇ କଣ କରାଯିବ ଅନୁଧ୍ୟାନ କରୁଛୁ । ଓଡିଶା ଆସିବା ପବନର ବେଗ ଓ ମୌସୁମୀ ଉପରେ ନିର୍ଭର କରିବ ବୋଲି ସେ କହିଛନ୍ତି ।