ନୁଆଶାସନ ଯୁବକମାନଙ୍କ ଦ୍ବାରା ମାସ୍କ ବଣ୍ଟନ

ନୁଆଶାସନ ଯୁବକମାନଙ୍କ ଦ୍ବାରା ମାସ୍କ ବଣ୍ଟନ

ଓଡିଶା ଜିଲ୍ଲା ପୁରୀ ବଡ ଖବର
#ଯୁବକମାନଙ୍କ_ଦ୍ବାରା _ମାସ୍କ_ବଣ୍ଟନ         ପିପିଲି : ( ବିଜୟ କୁମାର ମହାପାତ୍ର )  କରୋନା ପାଇଁ ରାଜ୍ୟ ସରକାର ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୁଳକ କରିଛନ୍ତି । ଏପରି କି ମାସ୍କ ନ ପିନ୍ଧି ବାହାରକୁ ବାହାରିଲେ ଦଣ୍ଡ ମିଳିବା ସହ ଜୋରିମନା ଦେବାକୁ ପଡିବ ବୋଲି ଜଣାପଡିଛି  । ଏପଟେ ବଜାରରେ ଦୋକାନ ବନ୍ଦ ହେତୁ ପ୍ରଯ୍ୟାପ୍ତ ପରିମାଣରେ ମାସ୍କ ମିଳୁ ନାହିଁ ଏବଂ ଲକଡାଉନ ପାଇଁ ସାଧାରଣ ଲୋକେ ବି ବାହାରକୁ ବି ବାହାରି ମାସ୍କ କିଣି ପାରୁନାହାନ୍ତି । ଠିକ୍ ଏହି ବିପଦ ସମୟରେ ପିପିଲି ବ୍ଲକ ଅଧିନ ନୁଆଶସନ ପଂଚାୟତର ଯୁବକ ମାନେ ସାହାର୍ଯ୍ୟ କରିବା ପାଇଁ ମାଗଣାରେ ମାସ୍କ ବଣ୍ଟନ କରିଛନ୍ତି। ଏହି ବଣ୍ଟନବେଳେ ପିପିଲି ବ୍ଳକ ବିଜୁ ଛାତ୍ର ଜନତାଦଳ ର ସଭାପତି ସୈାମ୍ୟରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଦିବ୍ୟସିଂହ ମହାପାତ୍ର,ରାକେଶ ଶତପଥୀ,ଆଶିଷ ରଥ,ଆୟୁଷମାନ ଦାସ,ପ୍ରିୟରଂଜନ ଦାଶ,ନାରାୟଣ ଦାଶ,ବିଭୁଦତ୍ତ କର ପ୍ରମୁଖ ଙ୍କ ସହଯୋଗରେ ନୁଆଶାସନ ପଂଚାୟତରେ ୨୦୦ରୁ ଉର୍ଦ୍ଧ୍ବ ମାସ୍କ ବଣ୍ଟନ କରି କରୋନା ସଂକ୍ରମଣ ସଂପର୍କିତ ସଚେତନତା ଅଯଥା ରେ ଘରୁକେହୀ ବାହାରକୁ ନଯିବା, ସାବୁନରେ ହାତ ଧୋଇବା ସହ ଏହି ରୋଗର ସଚେତନତା ହିଁ ନିଜର ସୁରକ୍ଷା ବୋଲି ପରାମର୍ଶ ଦେଇଛନ୍ତି  ।