ନିୟମ ଉଲ୍ଲଙ୍ଘନ କରି ଟଙ୍କା ବାଣ୍ଟିଲା ମାର୍ଶାଘାଇ ବ୍ଲକ ପ୍ରଶାସନ

ନିୟମ ଉଲ୍ଲଙ୍ଘନ କରି ଟଙ୍କା ବାଣ୍ଟିଲା ମାର୍ଶାଘାଇ ବ୍ଲକ ପ୍ରଶାସନ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

#ନିୟମ_ଉଲ୍ଲଙ୍ଘନ_କରି_ଟଙ୍କା_ବାଣ୍ଟିଲା_ମାର୍ଶାଘାଇ_ବ୍ଲକ_ପ୍ରଶାସନ         କେନ୍ଦ୍ରାପଡା  : ( ମହମ୍ମଦ ଏଲିୟାସ )  କରୋନା କଟକଣାରେ ଗହଳିକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଅଧିକ ଲୋକ ଗୋଟିଏ ଯାଗାରେ ରୁଣ୍ଡ ହେଲେ ସଂକ୍ରମଣର ଭୟ ଥିବାରୁ ରାଜ୍ୟ ସରକାର ଗହଳି ଠାରୁ ଦୂରେଇ ରହି ଘରେ ଘରେ କରୋନା ସହାୟତା ରାଶି ବଣ୍ଟନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ମାର୍ଶାଘାଇ ବ୍ଲକର କୁହୁଡି ପଂଚାୟତରେ ଏହାକୁ ଉଲଙ୍ଘନ କରାଯାଇ ସ୍ଥାନୀୟ ଠାଉରି ମହାଦେବ ମନ୍ଦିରକୁ ରାସନ କାର୍ଡ ହିତାଧିକାରୀ ଲୋକମାନଙ୍କୁ ଡକାଇ ଟଙ୍କା ବଣ୍ଟା ଯାଇଥିବାରୁ ଉତ୍ତେଜନା ପ୍ରକାଶ ପାଇଛି । ମହାଦେବ ମନ୍ଦିର ରେ ବହୁ ଲୋକ ରୁଣ୍ଡ ହୋଇ ପାଟିତୁଣ୍ଡ କରିବା ସହ ଠେଲାପେଲା କରିବାରୁ ଟଙ୍କା ବାଣ୍ଟି ବାକୁ ଆସିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କା ବଣ୍ଟନ ନକରି ଫେରି ଯାଇଥିବା ଅଭିଯୋଗ ହୋଇଛି । ଏହି କାରଣରୁ କରୋନା ସହାୟତା ପାଇବାକୁ ଅପେକ୍ଷା କରିଥିବା ଲୋକମାନେ ଟଙ୍କା ପାଇ ପାରି ନଥିଲେ ।