#ନିର୍ଦ୍ଧିଷ୍ଟ_ସମୟ_ସୀମାରେ_ପ୍ରକଳ୍ପ_ସାରିବାକୁ_ଗୁରୁତ୍ୱ

ନିର୍ଦ୍ଧିଷ୍ଟ ସମୟ ସୀମାରେ ପ୍ରକଳ୍ପ ସାରିବାକୁ ଗୁରୁତ୍ୱ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

#ନିର୍ଦ୍ଧିଷ୍ଟ_ସମୟ_ସୀମାରେ_ପ୍ରକଳ୍ପ_ସାରିବାକୁ_ଗୁରୁତ୍ୱ   ଯାଜପୁର  : (ବିଶ୍ବଜିତ ରଣା) ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଶନିବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମିନି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ପ୍ରତ୍ୟେକ ଯୋଜନାର ଉଦ୍ଦେଶ୍ୟ ହେଊଚ୍ଥି ଲୋକ ମାନଙ୍କର ଊନ୍ନତି ଓ ବିକାଶ । ତେଣୁ ଯୋଜନାରସପଂଳତା ଓ ତ୍ୱରାନ୍ୱିତ ପ୍ରକ୍ରିୟାକୁ ସମସ୍ତ ବିଭାଗ ଯତ୍ନବାନ ହେବାକୁ ସେ କହିଥିଲେ। ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ କେତେକ ପ୍ରକଳ୍ପ ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡିରହିବା ସମୀଚିନ ନୁହେଁ । ତେଣୁ ଜିଲ୍ଲା ପ୍ରଶାସନ ଏ ଗୁଡିକୁ ପ୍ରକଳ୍ପ ଅନୁଯାୟୀ ସମୀକ୍ଷା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ବଳବନ୍ତ ରାୟ ପରାମର୍ଶ ଦେଇଥିଲେ । ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପ୍ରକଳ୍ପ ଗୁଡିକ ଦୀର୍ଘ ଦିନ ଧରି ପଡି ରହିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ । ପ୍ରକଳ୍ପର ବିଳମ୍ୱ ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ ସହାୟକ ହୋଇପାରୁ ନଥିବା ବେଳେ ଅଯଥା ପ୍ରକଳ୍ପ ନିର୍ମାଣ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଊଚ୍ଥି ।

ବର୍ତ୍ତମାନ ୫ଟି ଓ ମୋ ସରକାର ଲାଗୁ ହେବା ପରେ କୈାଣସି ପ୍ରକଳ୍ପ ବିଳମ୍ୱ ନ କରିବାକୁ ଶ୍ରୀ ନାୟକ ସତର୍କ କରାଇ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଏହି ସମୀକ୍ଷା ବୈଠକରେ ଯୋଗଦେଇ ପ୍ରକଳ୍ପ ଗୁଡିକୁ ଅଗ୍ରଗତିରେ ଯେଉଁଠାରେ ସମସ୍ୟା ସୃଷ୍ଟି ହେଊଚ୍ଥି ସେଗୁଡିକୁ ତୁରନ୍ତ ପ୍ରଶାସନର ଦୃଷ୍ଟିକୁ ଆଣିଲେ ତାହାର ସମାଧାନ କରାଯାଇପାରିବ ବୋଲି କହିଥିଲେ । ଅନେକ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ବା ହିତାଧିକାରୀଙ୍କ ସହ ଆଲୋଚନା ମାଧ୍ୟମରେ ଅନେକ ସମସ୍ୟାର ସମାଧାନ ହୋଇଥାଏ । ତେଣୁ ସଂପୃକ୍ତ ବିଭାଗର ଅଧିବାସୀ ବା ମୁଖ୍ୟମାନେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ସେମାନେ ମତ ଦେଇଥିଲେ । ରସୁଲପୁର ଓ ଧର୍ମଶାଳା ବ୍ଳକରେ ଚାଲୁଥିବା ବିଭିନ୍ନ ଊନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ।

ଜାରକା ଜଳସେଚନ ବିଭାଗ, ଊଠା ଜଳସେଚନ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, କ୍ଷୁଦ୍ର ଜଳସେଚନ, ଜଳ ନିଷ୍କାସନ ବିଭାଗ, ଗ୍ରାମ୍ୟ ଊନ୍ନୟନ ବିଭାଗ, ଯୋଗାଣ, ସ୍ୱାସ୍ଥ୍ୟ ବିଭାଗ, ସାମାଜିକ ସୁରକ୍ଷା, ସଂସ୍କୃତି, ତହସିଲର ବିବିଧ କାର୍ଯ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇ ବିଭାଗ ଅନୁସାରେ ଦାୟିତ୍ୱ ଦିଆଯାଊଚ୍ଥି । ତେôଣ ଯେଊଁ ସମୟସୀମା ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ବିଭାଗ ମାନେ ଧାର୍ଯ୍ୟ କରୁଚ୍ଥନ୍ତି ସେହି ଅନୁସାରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଭାରପ୍ରାପ୍ତ ଜିଲ୍ଳ୍ାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ଜିଲ୍ଳ୍ା ସ୍ତରୀୟ ଅଧିକାରୀ, ରସୁଲପୁର ବି.ଡି.ଓ. ଊମାକାନ୍ତ ପରିଡା, ଧର୍ମଶାଳା ବି.ଡି.ଓ. ସ୍ମିତା ରଥ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।