ନିରନ୍ତର ଶିକ୍ଷା ପାଇଁ ଏବିପିଏସର ଅନଲାଇନ କ୍ଲାସ୍ ଆରମ୍ଭ

ନିରନ୍ତର ଶିକ୍ଷା ପାଇଁ ଏବିପିଏସର ଅନଲାଇନ କ୍ଲାସ୍ ଆରମ୍ଭ

ଓଡିଶା ଜିଲ୍ଲା ରାଜ୍ୟ ରାୟଗଡା
#ଏବିପିଏସର_ଅନଲାଇନ_କ୍ଲାସ୍ ଆରମ୍ଭ          କାଶୀପୁର : ( କୈଳାଶ ବାଗ ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଥିବା ଉତ୍କଳ ଆଲୁମିନା ଇଣ୍ଟରନେସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ଦୋରାଗୁଡା ର ଆଦିତ୍ୟ ବିର୍ଲା ସ୍କୁଲ୍ ତରଫରୁ ଅନଲାଇନ୍ କ୍ଲାସ୍ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢାକୁ ଜାରି ରଖିବା ଲାଗି ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍ -୧୯ ବିଶ୍ୱ ମହାମାରୀ କାରଣରୁ ୨୦୨୦ ମାର୍ଚ୍ଚ ପରଠାରୁ ସର୍ବ ଭାରତୀୟ ଲକ୍ ଡାଉନ ଯୋଗୁଁ ସମସ୍ତ ସ୍କୁଲ୍ ଓ କଲେଜ ବିଭିନ୍ନ ଶ୍ରେଣୀ ପାଇଁ ସୃଷ୍ଟି କରଯାଇଥିବା ହ୍ବାଟସ୍ଆପ୍ ଜରିଆରେ ପ୍ରାୟ ୬୩୪ ଛାତ୍ର ଛାତ୍ରୀଙ୍କୁ ଟିଏଲ୍ଏସ୍ ପ୍ରୋଜେକ୍ଟ ୟୁଟ୍ୟୁବ୍ ଲିଙ୍କ୍ ଏବଂ ୱାର୍କସିଟ ଭଳି ବିଭିନ୍ନ ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ମାଇକ୍ରୋସଫ୍ଟ ଟିମ୍ ସଫ୍ଟୱେର୍ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅନଲାଇନ ଇଣ୍ଟର ଆକ୍ଟିଭ କ୍ଲାସେସ୍ ଆରମ୍ଭ କରଯାଇଛି। ଭାରତ ସରକାରଙ୍କ ତରଫରୁ ଲକ୍ ଡାଉନ ଘୋଷଣା କରାଯିବା ପରେ ତୁରନ୍ତ ଅଧକ୍ଷ  ଏଲ୍ ଏନ୍ ଦାସଙ୍କ ମାର୍ଗ ଦର୍ଶନ ରେ ତୃଟି ମୁକ୍ତ ଭାବେ ଅନଲାଇନ୍ କ୍ଲାସ୍ କରାଯାଇଛି।
ଅନଲାଇନ କ୍ଲାସେସ୍ ଜରିଆରେ ପାଠପଢ଼ା ପାଇଁ ସ୍କୁଲ୍ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ କୁ ଡକ୍ଟର ଏସ୍ ଗାଙ୍ଗୁଲୀ ସିଇଓ-ଜିଏଚ୍ ଆର୍ ଏଯୁକେସନ୍ ଶ୍ରୀ ଯୁକ୍ତ ନାଗେଶ୍ ୟୁନିଟ୍ ମୁଖ୍ୟ ଓ ସଭାପତି ଉତ୍କଳ ଆଲୁମିନା ଏବଂ ବିଦ୍ୟାଳୟ ପରିଚାଳନା କମିଟି (ଏସ୍ ଏମସି ) ର ଅଧ୍ୟକ୍ଷ  ଟି ଏମ୍ ପ୍ରକାଶ ୟୁନିଟ୍ ମାନବ ସମ୍ବଳ ସମେତ ଅଭିଭାବକ ମାନେ ଭୂୟସୀ ପ୍ରଶଂସା କରିଛନ୍ତି।
ଏସଂକ୍ରାନ୍ତରେ ୟୁଏଆଇଏଲ୍ ର ୟୁନିଟ୍ ମୁଖ୍ୟ ଓ ସଭାପତି  ଏନ୍ ନାଗେଶ୍ କହିଛନ୍ତି ଯେ ଆମେ ସର୍ବଦା ଏବିପିଏସ୍ ର ଛାତ୍ର ଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ଶିକ୍ଷା ଏବଂ ଶିକ୍ଷଣୀୟ ବ୍ୟବସ୍ଥା କରୁଛୁ ଯାହାକୁ ଆମେ ଏହି ସଙ୍କଟ ସମୟରେ ମଧ୍ୟ ଜାରି ରଖିଛୁ । ସ୍କୁଲ୍ର ପ୍ରସ୍ତୁତି ଓ ସମସ୍ତ ଶିକ୍ଷକ ମଣ୍ଡଳୀ ଏଥିପାଇଁ ଆଗେଇବା ଏଭଳି ପ୍ରତିକୂଳ ସମୟରେ ପିଲାମାନଙ୍କ ପାଇଁ ଶିକ୍ଷା ଜାରି ରଖିବାକୁ ମୁଁ ପ୍ରଶଂସା କରୁଛି । ଅନଲାଇନ୍ କ୍ଲାସେସ୍ ଚାଲୁରଖିବା ପାଇଁ ଉତ୍କଳ ଆଲୁମିନା ଇଣ୍ଟରନେସନାଲ୍ ଲିମିଟେଡ୍ ସୂଚନା ଓ ପ୍ରଯୁକ୍ତି ବିଭାଗ ସବୁ ପ୍ରକାର ସମ୍ଭବ ସହାୟତା ସ୍କୁଲ୍ ର ଟିମ୍ କୁ ଦେଇଛନ୍ତି। ଏଭଳି କଠିନ ସମୟରେ ଶିକ୍ଷା ଦାନ କୁ ଜାରୀରଖିବା ଲାଗି ବିଦ୍ୟାଳୟ ତରଫରୁ ଗ୍ରହଣ କରାଯାଇଥିବା ଏହି ଉଲ୍ଲେଖନୀୟ ପଦକ୍ଷେପ ନେଇ ଅଭିଭାବକ ମାନେ ସନ୍ତୋଷ ପ୍ରକାଶ କରିଛନ୍ତି।