ଚିନ୍ତା ବଢାଇଲେ ନିଜାମୁଦ୍ଦିନ୍ ଫେରନ୍ତା : ଯାଜପୁର ସହର ସମେତ ବ୍ରହ୍ମବରଦା,ବ୍ୟାସନଗର,ଚଣ୍ଡିଖୋଲ,ପାଣିକୋଇଲି ସଟ ଡାଉନ : ଜିଲ୍ଳାପାଳ

ଚିନ୍ତା ବଢାଇଲେ ନିଜାମୁଦ୍ଦିନ୍ ଫେରନ୍ତା : ଯାଜପୁର ସହର ସମେତ ବ୍ରହ୍ମବରଦା,ବ୍ୟାସନଗର,ଚଣ୍ଡିଖୋଲ,ପାଣିକୋଇଲି ସଟ ଡାଉନ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର ରାଜ୍ୟ

#ଚିନ୍ତା_ବଢାଇଲେ_ନିଜାମୁଦ୍ଦିନ୍_ଫେରନ୍ତା      ଯାଜପୁର    : ( ବିଶ୍ବଜିତ ରଣା )  ଚିନ୍ତା ବଢାଇଲେ ଯାଜପୁର ଜିଲ୍ଲା ବ୍ରହ୍ମବରଦାର ନିଜାମୁଦ୍ଦିନ୍ ଫେରନ୍ତା  । ବାରମ୍ବାର କଥା ବଦଳାଉଥିବାରୁ ଜିଲ୍ଲା ପ୍ରଶାସନ ଗୋଟିଏ ପରେ ଗୋଟିଏ  ଅଞ୍ଚଳକୁ ସଟ ଡାଇଉନ କରି ଚାଲିଛନ୍ତି ।  ପ୍ରଥମେ ଶନିବାର ସକାଳେ ରସୁଲପୁର ବ୍ଲକର ବ୍ରହ୍ମବରଦାକୁ ସିଲ୍ କରାଯାଇଥିଲା। କିନ୍ତୁ ଆକ୍ରାନ୍ତ ବ୍ୟକ୍ତି ବାରମ୍ବାର କଥା ବଦଳାଉଥିବାରୁ ଏବଂ ସେ ଗତ ୧୮ ତାରିଖରୁ ଦିଲ୍ଲୀ ଧର୍ମ ସଭାରେ ଯୋଗଦେଇ ଫେରିଥିବାରୁ ଅନେକ ଅଞ୍ଚଳକୁ ଯାଇଥିଲେ ବୋଲି ଜଣାପଡିଛି। ସେ ଜଣେ ମୌଲବି ହୋଇ ଥିବାରୁ ବିଭିନ୍ନ ଅଞ୍ଚଳ ବୁଲିଥିବେ ବୋଲି ଜିଲ୍ଲା ପ୍ରଶାସନ ମଧ୍ୟ ଅନୁମାନ କରୁଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଯାଜପୁର ଜିଲ୍ଲାର ବ୍ୟାପକ ଅଞ୍ଚଳ ସଟ ଡାଉନ କରିବାକୁ ଘୋଷଣା କରିଛନ୍ତି। ଜିଲ୍ଲପାଳଙ୍କ ନିଷ୍ପତ୍ତି ଅନୁଯାୟୀ ବ୍ରହ୍ମବରଦା  ପରେ ଯାଜପୁର ସହର ସମେତ ବ୍ୟାସନଗର,ଚଣ୍ଡିଖୋଲ,ପାଣିକୋଇଲି ସଟ ଡାଉନ ଘୋଷଣା କରାଯାଇଛି।ସେହିପରି  ଜିଲ୍ଲାର ନେଉଳପୁର ,ଚାରିନଙ୍ଗଳ,ସାଦକପୁର  ବ୍ଲକ ମଧ୍ୟ ଶନିବାର ରାତି ୮ଟାରୁ ୪୮ ଘଣ୍ଟା ପାଇଁ ସଟଡାଉନ କରିବା ନିମନ୍ତେ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାଶ ପ୍ରକାଶକରିଛନ୍ତି।

ସୂଚନାଯୋଗ୍ୟ, ରସୁଲପୁର ବ୍ଲକ୍‌ ବ୍ରହ୍ମବରଦାର ଜଣେ ମୌଲବୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଫେରିବା ପରେ  ନିଜ ଘରେ ଥିଲେ। ଏହା ଜଣାପଡ଼ିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଉକ୍ତ ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ମରକଜ ଠାରେ ଅନୁଷ୍ଠିତ ତବଲିଗ ଜମାତ୍ (ଧର୍ମସଭା)ରେ ଯୋଗଦାନ କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ୩ଜଣଙ୍କୁ ପ୍ରଶାସନ ଚିହ୍ନଟ କରିଛି। ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଆତଙ୍କ ଖେଳିଯାଇଥିବାବେଳେ ସମସ୍ତଙ୍କୁ ସଙ୍ଗରୋଧ ଗୃହରେ ରଖାଯାଇଛି। ୩ ଜଣଙ୍କ ମଧ୍ୟରୁ ଧର୍ମଶାଳା ବ୍ଲକ୍ ନଳୀପୁର ଅଞ୍ଚଳର ଜଣେ ରହିଥିବାବେଳେ ବିଂଝାରପୁର ବ୍ଲକ୍ ଶାସନ୍ଦା ଗ୍ରାମର ଜଣେ ଏବଂ ଅନ୍ୟ ଜଣେ ରସୁଲପୁର ବ୍ଲକ୍ ବ୍ରହ୍ମବରଦାର ଥିବା ଚିହ୍ନଟ କରଯାଇଛି।