ନା ମାନୁଛନ୍ତି ସାମାଜିକ ଦୂରତା ନା ମାନୁଛନ୍ତି ଟ୍ରାଫିକ ନିୟମ

ନା ମାନୁଛନ୍ତି ସାମାଜିକ ଦୂରତା ନା ମାନୁଛନ୍ତି ଟ୍ରାଫିକ ନିୟମ

ଓଡିଶା ଜିଲ୍ଲା ରାୟଗଡା
#ନା_ମାନୁଛନ୍ତି_ସାମାଜିକ_ଦୂରତା_ନା_ମାନୁଛନ୍ତି_ଟ୍ରାଫିକ_ନିୟମ      କାଶୀପୁର( କୈଳାଶ ବାଗ ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଏବେ ଲକ ଡାଉନ ସାମାନ୍ୟ କୋହଳ ହେବା ଯୋଗୁଁ ଲୋକେ ନା ମାନୁଛନ୍ତି ସାମାଜିକ ଦୂରତା ନା ମାନୁଛନ୍ତି ଟ୍ରାଫିକ ନିୟମ । କରୋନା ସଂକ୍ରମଣର ପ୍ରତିରୋଧ ପାଇଁ ଦେଶକୁ ଲକ ଡାଉନ କରିବା ସହ ସାମାଜିକ ଦୂରତା ପାଳନ ଓ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି କିନ୍ତୁ ଟିକିରି ଶିଳ୍ପାଞ୍ଚଳ ଏରିଆ ହୋଇ ଥିବାରୁ ଏଠାରେ ଜନଗହଳି ହେଉଥିବା ଦେଖିବାକୁ ମିଳିଛି । ରବିବାର ଟିକିରି ଆଇ ଆଇ ସିଙ୍କ ପାଖରେ ଦିନ ୧୦ .୩୦ ସମୟରେ ଏହି ପରି ଭିଡ ଦେଖିବାକୁ ମିଳି ଥିଲା ଯେଉଁ ଥିରେକି ମାଲ୍ ପରିବହନ ଗାଡି ଗୁଡିକ ଟିକିରି ମୁଖ୍ୟ ରାସ୍ତାରେ ଯାତାୟାତ କରୁଥିବା ବେଳେ ମଧ୍ୟ ଟ୍ରାଫିକ ଜାମ ହୋଇଥିଲା । ଏବେ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ରେ କିଛି ଟା କୋହଳ କରାଯାଇ ଥିବା ବେଳେ  ସକାଳ ୭ ଠାରୁ ଦିନ ୨ ପର୍ଯ୍ୟନ୍ତ ଟିକିରି ମୁଖ୍ୟ ରାସ୍ତାରେ ଭିଡ୍ ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଇଲେ ମଧ୍ୟ ଲୋକେ କିଛି ସମୟ ପାଇଁ ମାନୁଛନ୍ତି ଓ ଏହା ପରେ ଭୁଲିଯାଇ ପୁଣି ଗହଳି କରୁଛନ୍ତି।