ନାଥସାହି ସରପଞ୍ଚ ଙ୍କ ଦ୍ବାରା ରାସନ ଓ ପରିବା ବଣ୍ଟନ

ନାଥସାହି ସରପଞ୍ଚ ଙ୍କ ଦ୍ବାରା ରାସନ ଓ ପରିବା ବଣ୍ଟନ

ଓଡିଶା ଜିଲ୍ଲା ଯାଜପୁର
#ନାଥସାହି_ସରପଞ୍ଚଙ୍କ_ଦ୍ବାରା_ରାସନଓ _ପରିବା_ବଣ୍ଟନ       ଯାଜପୁର  ( ବିଶ୍ବଜିତ ରଣା ) ଯାଜପୁର ବ୍ଲକ ଅନ୍ତର୍ଗତ ନାଥସାହି ଗ୍ରାମ ପଞ୍ଚାୟତ ର ନାଥସାହି ଓ ସୁନିନ୍ଦା ଦୁଇଟି ରାଜସ୍ୱ ଗ୍ରାମ ର ୬ଟି ୱାର୍ଡ ରେ କରୋନା ଆକ୍ରାନ୍ତ ପ୍ରଭାବିତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।ସାଧାରଣ ଲୋକଙ୍କୁ ସେଠାରେ ସରପଞ୍ଚ ଙ୍କ ଦ୍ବାରା ବହୁ ସେବା ଯୋଗାଇ ଦିଆଯାଉଛି।ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ଦ୍ବାରା ଦିଆଯାଇଥିବା ରାସନ କିଟ୍ କୁ ସରପଞ୍ଚ ସ୍ୱର୍ନଲତା ପରିଡା ଙ୍କ ଜରିଆରେ ୪୦୦ ପରିବାର କୁ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି।ପ୍ରକାଶ ଥାଉକି ଏହି ପଞ୍ଚାୟତ ରେ କରୋନା ଟେଷ୍ଟିଂ ପାଇଁ ୨୫୨ ଜଣ ଙ୍କ ର ସ୍ୱାବ ପଠା ଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ ଆସିବାର ଜଣାଯାଇଛି।ସରପଞ୍ଚ ଶ୍ରୀମତୀ ପରିଡା ଙ୍କ ଏହି ମହତ କାର୍ଯ୍ୟ ପାଇଁ ପଞ୍ଚାୟତ ବାସୀ ଆଶ୍ବସ୍ତି ପ୍ରକାଶ କରିବା ସହ କୃତଜ୍ଞତା ଜଣାଇଛନ୍ତି।