ନାଥସାହି ପଞ୍ଚାୟତ ରେ ବବି ଦାସ ଙ୍କ ଜନ୍ମଦିନ ଧୂମଧାମରେ ପାଳିତ

ନାଥସାହି ପଞ୍ଚାୟତ ରେ ବବି ଦାସ ଙ୍କ ଜନ୍ମଦିନ ଧୂମଧାମରେ ପାଳିତ

ଓଡିଶା ଜିଲ୍ଲା ଯାଜପୁର

#ନାଥସାହି_ପଞ୍ଚାୟତରେ_ବବି_ଦାସଙ୍କ_ଜନ୍ମଦିନ_ପାଳିତ          ଯାଜପୁର  :  ଯାଜପୁର ବିଧାୟକ ତଥା ବିଜେଡି ର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କ ଜନ୍ମଦିନ ସାରା ଯାଜପୁର ନିର୍ବାଚନ ମଣ୍ଡଳୀରେ ପାଳିତ ହେଉଥିବା ବେଳେ ଯାଜପୁର ବ୍ଲକ ଅନ୍ତର୍ଗତ ନାଥସାହି ପଞ୍ଚାୟତ ରେ ଧୂମଧାମରେ ପାଳିତ ହୋଇଯାଇଛି। ନାଥସାହି ପଞ୍ଚାୟତ ର ସରପଞ୍ଚ ସ୍ୱର୍ନଲତା ପରିଡା ଙ୍କ ନେତୃତ୍ଵରେ ଶତାଧିକ ପଞ୍ଚାୟତ ବାସୀ  ଏହି ଜନ୍ମଦିନ ରେ ସାମିଲ ହୋଇଥିଲେ।ଏହି ଜନ୍ମଦିନ ଦିନ ଅବସରରେ ପଞ୍ଚାୟତ ସାରା ଘରେ ଘରେ  ବୃକ୍ଷ ରୋପଣ କରିବା ସହିତ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।ଏହା ପରେ ପଞ୍ଚାୟତ ବାସୀ ରକ୍ତ ଦାନ ଶିବିରରେ ରକ୍ତ ଦାନ କରିଥିଲେ। ସନ୍ଧ୍ୟା ରେ ବରିଷ୍ଠ ବିଜେଡି  ନେତା ତୁଷାର କାନ୍ତ ପରିଡା, ସରୋଜ ଘଡେଇ,ଭାଗବତ ମହାପାତ୍ର,ପ୍ରେମ ଲତା ଜେନା,ଭାବଗ୍ରାହୀ ସାହୁ,ମନୋଜ ସାହୁ ଓ ଶରତ ଜେନା ଙ୍କ ନେତୃତ୍ଵରେ ସରପଞ୍ଚ ସ୍ୱର୍ନଲତା ପରିଡା ପଞ୍ଚାୟତ ଅଫିସ ରେ କେକ୍ କାଟିବା ସହ ମିଷ୍ଠାନ୍ନ ବଣ୍ଟନ  କରିଥିଲେ।