ନକଲି ସୁନାର ପେଣ୍ଠ ସ୍ଥଳ ଗଞ୍ଜାମ,ଭଞ୍ଜନଗରରେ ବେପାରୀଙ୍କ ଘର ଖାନ ତଲାସ ବ୍ରହ୍ମପୁରରେ କେବେ?

ନକଲି ସୁନାର ପେଣ୍ଠ ସ୍ଥଳ ଗଞ୍ଜାମ,ଭଞ୍ଜନଗରରେ ବେପାରୀଙ୍କ ଘର ଖାନ ତଲାସ ବ୍ରହ୍ମପୁରରେ କେବେ?

ଓଡିଶା ଗଞ୍ଜାମ ଜିଲ୍ଲା ବଡ ଖବର ବାଣିଜ୍ୟ ରାଜ୍ୟ

#ନକଲି_ସୁନାର_ପେଣ୍ଠ_ସ୍ଥଳ_ଗଞ୍ଜାମ    ବ୍ରହ୍ମପୁର : ଗଞ୍ଜାମ ଏବେ ନକଲି ସୁନାର ପେଣ୍ଠସ୍ଥଳ ପାଲଟିଛି । ଏକଥା ଆମେ କହୁନୁ ବରଂ କିଛି ଦିନ ତଳେ ଘଟିଥିବା ଘଟଣା ବଳୀରୁ ଏହା ପ୍ରମାଣିତ ହେବାକୁ ଲାଗିଛି । ରାଜ୍ୟ ବାହାରୁ ବ୍ରହ୍ମପୁର ଦେଇ ସମଗ୍ର ଜିଲ୍ଲା ତଥା ରାଜ୍ୟରେ ନକଲି ସୁନା ବେପାରର ଚେର ଲମ୍ବିବାର ବହୁବାର ଅଭିଯୋଗ ହୋଇଥିଲେ ହେଁ ସମ୍ପ୍ରତ୍ତି ଗଂଜାମ ଜିଲ୍ଲା ଭଂଜନଗର ଠାରେ ନକଲି ସୁନା ବନ୍ଧକ ରଖି କୁଲାଡ଼ ଆନ୍ଧ୍ର ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣକୁ ଅଟକ ରଖିବା ପରେ ସାଧାରଣ ସୁନା ଗ୍ରାହକ ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି , ସେମାନେ କିଣିଥିବା ସୁନା ଅସଲି ନା ନକଲି? ଏନେଇ ସେଲସଟ୍ୟାକ୍ସ ଭିଜିଲାନ୍ସ ବିଭାଗ ସଜାଗ ରହିଥିବା କହୁଥିଲେ ହେଁ ଏତେ ପରିମାଣର ନକଲି ସୁନା ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି  । କୁଲାଡ଼ ଆନ୍ଧ୍ରବ୍ୟାଙ୍କର ନକଲି ସୁନା ଅଳଙ୍କାର ବନ୍ଧକ ଦେଇ କୋଟି କୋଟି ଟଙ୍କା ଜାଲିଆତି ମାମଲାରେ ମୁଖ୍ୟ ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ପି. ଗୌରୀଶଙ୍କର ପାତ୍ର ଓରଫ୍

Image result for duplicate gold

ଧୋବା ପାତ୍ରକୁ ପୁଲିସ ଗିରଫ କରିବା ସହ ତାଙ୍କର ଘର ଖାନ୍ ତଲାସ ଜାରି ରଖିଛି । ବ୍ୟାଙ୍କ୍ ପଦାଧିକାରୀ ମାନଙ୍କର ଅଭିଯୋଗ ପାଇବା ପରେ ପୁଲିସ ଗୌରୀଶଙ୍କର ଓ ତାଙ୍କ ସହଯୋଗିଙ୍କୁ ଉଠାଇ ଆଣିବା ସହ ପଚରାଉଚରା ଜାରି ରଖିଛି । ଅନ୍ୟ ପକ୍ଷରେ ଅନ୍ୟ ବ୍ୟବସାୟୀଙ୍କ ମଧ୍ୟ ଏହି ଘଟଣାରେ ଲିଙ୍କ୍ ଥିବା ନେଇ ପୁଲିସ୍ ସନ୍ଦେହ କରିବା ସହ ତଦନ୍ତରେ ବାଧା ସୃଷ୍ଟି ହେବ କହି ସବିଶେଷ ତଥ୍ୟ ଦେବାକୁ ମନା କରିଛି ।

ବ୍ୟାଙ୍କର ଜନୈକ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖି ପଚରା ଉଚରା ଜାରୀ ରଖିଛି । ଭଂଜନଗର ଭଳି ଏକ ସହରରେ ଏତେ ପରିମାଣର ନକଲି ସୁନା କଥା ସାମାନାକୁ ଆସୁଥିବା ବେଳେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ଏକ ବ୍ୟବସାୟିକ ପେଣ୍ଠ ସ୍ଥଳ ଅଟେ । ଏଠାରେ ଅନ୍ୟ ସବୁ ବ୍ୟବସାୟ ସହିତ ସୁନା ବ୍ୟବସାୟ ମଧ୍ୟ ଦିନକୁ କୋଟି କୋଟି ଟଙ୍କାକୁ ଛୁଉଁଛି । ଏପରି ସ୍ଥଳେ ବ୍ରହ୍ମପୁରରେ ମଧ୍ୟ ନକଲି ସୁନା ବିକ୍ରି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଏନେଇ ବହୁବାର ଅଭିଯୋଗ ମଧ୍ୟ ହୋଇ ଆସୁଛି । ଯେଉଁ ସବୁ ବ୍ୟବସାୟୀମାନେ ବ୍ରହ୍ମପୁରରେ ସୁନା ବ୍ୟବସାୟ କରୁଛନ୍ତି ସେମାନଙ୍କର ବିଧିବଦ୍ଧ ଲାଇସେନ୍ସ ଅଛି କି ନାହିଁ ? ଯଦି ଅଛି ସେମାନେ ସବୁ ନୀୟମ ପାଳନ କରୁଛନ୍ତି କି ନାହିଁ? ତାହା ତଦନ୍ତର ପରିସରଭୁକ୍ତ । ଯଦିଓ ସବୁ ବ୍ୟବସାୟୀ ଏଥିରେ ସଂପୃକ୍ତ ହେବାକୁ ଭୟ କରିଛନ୍ତି ତେବେ ମଧ୍ୟ ନକଲି ସୁନା ବ୍ୟବସାୟର କାୟା ବିସ୍ତାର ହେବାକୁ ରୋକିବାକୁ ହେଲେ ସେଲସଟ୍ୟାକ୍ସ ଭିଜିଲାନ୍ସ ବିଭାଗ ଅଧିକ ସକ୍ରିୟତା ପ୍ରଦର୍ଶନ କରିବା ସହ ବ୍ରହ୍ମପୁରରେ ମଧ୍ୟ ଭଂଜନଗର ଭଳି ଖାନ୍ ତଲାସର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।