ଧାମରା ବନ୍ଦରରେ ଚୀନର ଜାହାଜ, ଆଶଙ୍କାରେ ବନ୍ଦରର କର୍ମଚାରୀ

ଧାମରା ବନ୍ଦରରେ ଚୀନର ଜାହାଜ, ଆଶଙ୍କାରେ ବନ୍ଦରର କର୍ମଚାରୀ

ଓଡିଶା ଜିଲ୍ଲା ବଡ ଖବର ଭଦ୍ରକ

#ଧାମରା_ବନ୍ଦରରେ_ଚୀନର_ଜାହାଜ,_ଆଶଙ୍କାରେ_ବନ୍ଦରର_କର୍ମଚାରୀ  ଭଦ୍ରକ: ଚୀନରେ କରୋନାକୁ ନେଇ ଆତଙ୍କ ଖେଳିଥିବା ବେଳେ  ଭଦ୍ରକ ଜିଲ୍ଲାର ଧାମରା ବନ୍ଦରରେ ଲାଗିଲା ଚୀନର ଏକ ଜାହାଜ । ଏହା ଦେଖି ଧାମରା ବନ୍ଦରର କର୍ମଚାରୀଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି। ଏହି ଜାହଜରେ ଚୀନର ଲୋକେ ଥିବାର ଆଶଙ୍କା କରିଛନ୍ତି ବନ୍ଦର କର୍ମଚାରୀ। ସେମାନେ ଭୟରେ କାମ କରୁଛନ୍ତି । ଏହାକୁ ବିରୋଧ କରିବାରୁ ଜାହାଜର ପତାକା କାଢ଼ି ଦିଆଯାଇଥିବା ଜଣାପଡ଼ିଛି । ଦୁଇଟି ଜାହାଜରେ ଆଇରନ ପ୍ଲେଟ୍ ଏବଂ କୋଇଲା ଭର୍ତ୍ତି ହୋଇ ଆସିଥିବାର ସୂଚନା ମିଳିଛି ।

ସେପଟେ କରୋନାରୁ ବର୍ତ୍ତି ଯାଇଛନ୍ତି ଜୟପୁର ଦମ୍ପତି । ଚୀନରେ କରୋନା ପାଇଁ ଆତଙ୍କ ଖେଳିଯାଇଥିବାବେଳେ ଏଥିରୁ ବର୍ତିଯାଇଛନ୍ତି ଜୟପୁର ଦମ୍ପତି । ଜୟପୁର ବକ୍ସିସାହିର ମାନସ ବକ୍ସି ଓ ତାଙ୍କ ସ୍ତ୍ରୀ ପ୍ରତିମା ସାହୁ ଚୀନରୁ ଫେରିଛନ୍ତି । ସେମାନେ ଚୀନର ସାମେନ ସିଟିରେ ରହୁଥିଲେ । ନୂଆବର୍ଷ ଛୁଟି ଯୋଗୁଁ ସେମାନେ ଜାନୁଆରି ୧୬ରୁ ଆସି ୧୭ରେ ପହଞ୍ଚିଥିଲେ । ଆଉ ବୁଲାବୁଲି ସାରି ୨୧ ତାରିଖରେ ସେମାନେ ଜୟପୁର ଫେରିଥିଲେ ।

ପରେ ଜଣାପଡ଼ିଥିଲା ଯେ ଚୀନରେ କରୋନା ଭାଇରସ ଆତଙ୍କ ଖେଳାଇଛି । ଏହି ଦମ୍ପତି ଫେବ୍ରୁଆରି ୯ତାରିଖରେ ଚୀନ ଫେରିବା ପାଇଁ ଟିକେଟ କରିଥିଲେ । ଭାରତ ସରକାର ପ୍ରବାସୀଙ୍କୁ ଚୀନ ଯିବା ପାଇଁ ବାରଣ କରିଥିବାରୁ ସେମାନଙ୍କର ଫେରିବା କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ତେବେ ସେମାନେ ଯେଉଁଠି ରହୁଛନ୍ତି ସେଠାରେ କରୋନାର ପ୍ରଭାବ ନଥିବା ଏହି ଦମ୍ପତି କହିଛନ୍ତି । କରୋନା ପ୍ରଭାବିତ ଉହାନରୁ ବହୁ ଦୂରରେ ଏମାନେ ଚୀନରେ ରହନ୍ତି ।