ଧାଡିରେ ଶହଶହ ରୋଗୀ, ଦେଖିବାକୁ ଡାକ୍ତର ନାହାନ୍ତି

ଧାଡିରେ ଶହଶହ ରୋଗୀ, ଦେଖିବାକୁ ଡାକ୍ତର ନାହାନ୍ତି

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର ରାଜ୍ୟ

#ଧାଡିରେ_ଶହଶହ_ରୋଗୀ,_ଦେଖିବାକୁ_ଡାକ୍ତର_ନାହାନ୍ତି     କେନ୍ଦ୍ରାପଡା : କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ପ୍ରାୟ ବାଦ ବିବାଦରେ ରହିଆସିଛି । କେତେବେଳେ ରୋଗୀକୁ ଦେଖିବାରେ ଡାକ୍ତରଙ୍କ ଅବହେଳା ତ କେତେବେଳେ ପ୍ରସୁତିଙ୍କୁ ଚିକିତ୍ସାରେ ବିଳମ୍ବ ଯୋଗୁ ପ୍ରସୁତିଙ୍କ ମୃତ୍ୟ । ଏପରି ଘଟଣା ନିତିଦିନରେ ପରିଣତ ହେଲାଣି ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ରୋଗିଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଛ କରୁଥିବାବେଳେ କେନ୍ଦ୍ରାପଡାରେ ତାର ବ୍ୟତିକ୍ରମ ଦେଖାଯାଇଛି ।

ବିଭିନ୍ନ ସମୟରେ ଦୁର ଦୁରାନ୍ତରୁ ଆସୁଥିବା ରୋଗିମାନେ ଚିକିତ୍ସା ନପାଇ ନିରାଶରେ ଫେରୁଛନ୍ତି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଶୁକ୍ରବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋରରେ । ସକାଳ ୮ଟା ସମୟରେ ପ୍ରାୟ ଦୁଇଶହ ରୋଗି ଧାଡିରେ ଛିଡାହୋଇ ଥିବା ବେଳେ ତାଙ୍କୁ ଦେଖିବା ପାଇଁ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ଏ ବିଷୟରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଜାଣିବା ପରେ ତୁରନ୍ତ କାର୍ଯ୍ୟରେ ଥିବା ଡାକ୍ତରଙ୍କୁ ଉପସ୍ଥିତ ହେବା ପାଇଁ ନିର୍ଦ୍ଧେଶ ଦେଇଥିଲେ । କିଛି ସମୟପରେ ଡାକ୍ତର ଆଉଟଡୋର ରେ ଉପସ୍ଥିତ ହୋଇ ଅପେକ୍ଷା କରିଥିବା ରୋଗୀଙ୍କୁ ଚିକିତ୍ସା କରିଥିଲେ ।