ରାୟଗଡା ଜିଲ୍ଲାରେ ୧୫୬ ନମୁନା ପରୀକ୍ଷଣ,୧୫୫ ନେଗେଟିଭ୍

ସଂକ୍ରମିତଙ୍କ ସଂର୍ପକରେ ଥିବା ଡାକ୍ତର ଓ ପଡୋଶୀଙ୍କ ନମୁନା ପରୀକ୍ଷା ପାଇଁ ପଠାଗଲା

ଓଡିଶା କେନ୍ଦ୍ରାପଡା ଜିଲ୍ଲା ବଡ ଖବର

 #ଡାକ୍ତର_ଓ_ପଡୋଶୀଙ୍କ-ନମୁନା-ପରୀକ୍ଷା_ପାଇଁ_ପଠାଗଲା         କେନ୍ଦ୍ରାପଡା  : ଜିଲ୍ଲାରେ ଦ୍ୱିତୀୟ ସଂକ୍ରମିତ ଜଣକ ଜଣେ ୧୯ ବର୍ଷର ଯୁବତୀ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସମେତ ତାଙ୍କ ସଂପର୍କରେ ଥିବା ପଡିଶା ଘର ଲୋକମାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣା ପଡିଛିା । ଏହି ସଂକ୍ରମିତ ଯୁବତୀ ଜଣକ ଗତ ମାସ ରେ କଲିକତାରୁ ଜିଲ୍ଲାକୁ ଫେରିଥିଲେ । କିଛିଦିନ ସଂଗରୋଧରେ ରହିବା ପରେ ତାଙ୍କ ଠାରେ ଥଣ୍ଡା ଅନୁଭୂତ ହୋଇଥିଲା । ଏଥିପାଇଁ ନିକଟବର୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ତେବେ ତାଙ୍କ ଠାରେ ସଂକ୍ରମଣର ଲକ୍ଷଣ ଜନା ପଡିବା ପରେ ପୂର୍ବରୁ ତାଙ୍କୁ ଚିକିତ୍ସା ଦେଇଥିବା ଡାକ୍ତର ଙ୍କ ରକ୍ତ ନମୁନା ସହିତ ତାଙ୍କ ସଂପର୍କରେ ଥିବା ପଡୋଶୀଙ୍କର ମୋଟ ୧୬ ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇ ଥିବାର ଜଣା ପଡିଛି ।