ଦ୍ୱିତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୪୩ ଜଣ ଚିହ୍ନଟ

ଦ୍ୱିତୀୟ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୪୩ ଜଣ ଚିହ୍ନଟ

ଓଡିଶା ବଡ ଖବର

#ଦ୍ୱିତୀୟ_କରୋନା_ପଜିଟିଭଙ୍କ_ସଂସ୍ପର୍ଶରେ_ଆସିଥିବା_୪୩_ଜଣ_ଚିହ୍ନଟ     ଭୁବନେଶ୍ୱର   : ଅଦ୍ୟାବଧି ଓଡ଼ିଶାରେ ୬୬ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୬୨ଟି କରୋନା ନେଗେଟିଭ୍ ଥିବାବେଳେ ୨ଟି ପଜିଟିଭ୍ ଚିହ୍ନଟ ହୋଇଛି ।  ୪ଟି ରିପୋର୍ଟ ହସ୍ତଗତ ହୋଇନାହିଁ ।

ଓଡ଼ିଶାରେ ଦ୍ୱିତୀୟ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ୧୯ ବର୍ଷୀୟ ଏହି ଯୁବକ ୟୁ.କେରୁ ଫେରି ୧୮ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ୧୯ ତାରିଖରୁ ତାଙ୍କୁ ହସ୍ପିଟାଲ୍ ଆଇସୋଲେସନରେ ରଖାଯାଇଛି । ତାଙ୍କ ପରିବାର ଲୋକଙ୍କୁ ହୋମ୍ କ୍ୱାରାଂଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି ।

ସମ୍ପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୪୬ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୪୩ ଜଣଙ୍କ ସହ ଯୋଗାଯୋଗ ହୋଇଛି । ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି । ୮ଟି ମନିଟରିଂ ଟିମ୍ ଏଥି ପାଇଁ କାର୍ଯ୍ୟ କରୁଛନ୍ତି ।
ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ୨୯୩୫ ଜଣ ବିଦେଶୀ ଫେରନ୍ତା ପଞ୍ଜୀକରଣ କରିଛନ୍ତି ।