ଦୁବାଇରେ ରହୁଥିବା ଓଡିଆଙ୍କୁ ଓଡିଶା ଫେରିବାରେ ସହାୟତାର ହାତ ବଢାଇଲା ‘ଓଡ଼ିଆ ସମାଜ ଆବୁଧାବି’

ଦୁବାଇରେ ରହୁଥିବା ଓଡିଆଙ୍କୁ ଓଡିଶା ଫେରିବାରେ ସହାୟତାର ହାତ ବଢାଇଲା ‘ଓଡ଼ିଆ ସମାଜ ଆବୁଧାବି’

ଓଡିଶା ବଡ ଖବର

#ପ୍ରବାସୀ_ଓଡିଆଙ୍କୁ_ସହାୟତାର_ହାତ_ବଢାଇଲା_‘ଓଡ଼ିଆ_ସମାଜ_ଆବୁଧାବି’            ଭୁବନେଶ୍ବର :  କରୋନା ଓ ଲକଡାଉନ ଯୋଗୁଁ ଦୁବାଇରେ ଫଶି ରହିଥିବା ୨୧୦ ପ୍ରବାସୀ ଓଡିଆଙ୍କୁ ଓଡିଶା ଫେରିବାରେ ସହାୟତାର ହାତ ବଢାଇଛି ‘ଓଡ଼ିଆ ସମାଜ ଆବୁଧାବି’। ଦୁବାଇରେ ଫଶି ରହିଥିବା ପ୍ରବାସୀ ଓଡିଆ ଭାଇ ଓ ଭଉଣୀମାନଙ୍କୁ ନିଜ ମାତୃଭୂମିକୁ ଫେରାଇବା ପାଇଁ ‘ଓଡ଼ିଆ ସମାଜ ଆବୁଧାବି’’(ଓଏସଏ)ଓ ଓଡିଆ ସମାଜ ୟୁଏଇ(ଓଏସୟୁଏଇ) ଉଦ୍ୟମ ପରେ ଇଣ୍ଡିଗୋର ଏକ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରାଯାଇଥିଲା। ବିମାନଟି ଦୁବାଇରୁ ଗୁରୁବାର ସକାଳ ୧୦.୪୫ରେ ଯାତ୍ରା ଆରମ୍ଭ କରି ଅପରାହ୍ନ ୪.୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା। ଏହା ପୂର୍ବରୁ ମଧ୍ୟ ‘ଓଡ଼ିଆ ସମାଜ ଆବୁଧାବି’’ ଓ ଓଡିଆ ସମାଜ ୟୁଏଇ ପ୍ରଚେଷ୍ଟା ଫଳରେ ୨୧୫ ଜଣ ପ୍ରବାସୀ ଓଡିଆ ଓଡିଶା ଫେରିଥିଲେ।ପ୍ରବାସୀ ଓଡିଆଙ୍କୁ ଓଡିଶା ଫେରାଇବାରେ  ଓଡ଼ିଆ ସମାଜ ଆବୁଧାବି ଓ ଓଡିଆ ସମାଜ ୟୁଏଇକୁ ସମସ୍ତ ପ୍ରକାର ସମର୍ଥନ କରୁଥିବା କାରଣରୁ ଓଡିଶା ସରକାର, ୟୁଏଇରେ ଥିବା ଦୂତାବାସ, ଦୁବାଇରେ ଥିବା କନସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆ ଏବଂ ୟୁଏଇ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାମାରୀ କରୋନା ସମୟରେ ଅଭାବୀ ଲୋକଙ୍କୁ ସହାୟତା କରିବାରେ ସେମାନଙ୍କର ଆନ୍ତରିକ ଏବଂ ନିରନ୍ତର ଉଦ୍ୟମ ପାଇଁ ‘ଅବୁଧାବି ଓଡ଼ିଆ ସମାଜ’(ଓଏସଏ)ଓଡିଆ ସମାଜ ୟୁଏଇ(ଓଏସୟୁଏଇ)ସମସ୍ତ ସଦସ୍ୟଙ୍କୁ ପ୍ରବାସୀ ଓଡିଆମାନେ ଧନ୍ୟବାଦ ଜଣାଇଛନ୍ତି।