ଦୁଇ ଶିଶୁକନ୍ୟାଙ୍କୁ ସହାୟତାର ହାତ ବଢ଼ାଇଲା ସଂକଳ୍ପ

ଦୁଇ ଶିଶୁକନ୍ୟାଙ୍କୁ ସହାୟତାର ହାତ ବଢ଼ାଇଲା ସଂକଳ୍ପ

ଓଡିଶା ଅନୁଗୁଳ ଜିଲ୍ଲା ପୁରୀ ବଡ ଖବର
#ଦୁଇ_ଶିଶୁ_କନ୍ୟାଙ୍କୁ_ସହାୟତାର_ହାତ_ବଢ଼ାଇଲା_ସଂକଳ୍ପ          ପିପିଲି : ( ବିଜୟ କୁମାର ମହାପାତ୍ର ) ପିପିଲି ବ୍ଳକ କସରଦାରେ ଦୁଇ ନିରାଶ୍ରୟ ଶିଶୁକନ୍ୟାଙ୍କ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅନୁଗୁଳର ସଂକଳ୍ପ ସୋସିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି । ଦୁଇ ଝିଅଙ୍କ ପାଇଁ ଚାଉଳ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ସହ ପାଠପଢ଼ା ପାଇଁ ଆବଶ୍ୟକୀୟ ଜିନିଷ ପଠାଇଛି ଟ୍ରଷ୍ଟ । ଯେଉଁଥିରେ ପଢ଼ାବହି, ଖାତା, କଲମ, ପେନସିଲ, ଡ୍ରଇଁ ଖାତା ଇତ୍ୟାଦି ରହିଛି । ଏହାସହ ଦୁଇ ଶିଶୁକନ୍ୟାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଯେ କୌଣସି ସମସ୍ୟାରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ଟ୍ରଷ୍ଟ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । ଟ୍ରଷ୍ଟର ସଭାପତି ସୁଶାନ୍ତ କୁମାର ଦାସ, ପତିତପାବନ ଜେନା, ପର୍ଶୁରାମ ସାହୁ, ବିମଳ ସାହୁ, ରତିକାନ୍ତ ସେଠ, ମିର୍ଜା ସାଜିଦ ବେଗ ଓ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ସହାୟତାର ହାତ ବଢ଼ାଇଛନ୍ତି ।ଲକ୍ ଡାଉନରେ ଟ୍ରଷ୍ଟ ତରଫରୁ କସରଦାକୁ ଆସିବା ସମ୍ଭବ ନହେବାରୁ ଆଫତାବ କେବୁଲ ଭିଜନର ଅଧ୍ୟକ୍ଷ ଅମିନ ଉଦ୍ଦିନ ଖାନ, ପିପିଲି ଯୋଗାଣ ନୀରିକ୍ଷକ ଦିପ୍ତୀରଂଜନ ଇନ୍ଦ୍ର ସିଂ ଓ ସଁପୁର ସରପଞ୍ଚ ଲକ୍ଷ୍ମୀଧର ମଲ୍ଲିକ ସେମାନଙ୍କ ପାଖରେ ପହଞ୍ଚି ଏହି ସାମଗ୍ରୀ ପ୍ରଦାନ କରିଥିଲେ । ଏହି ଅନୁଦାନ ପାଇ ଦୁଇ ଶିଶୁ ଖୁସିବ୍ୟକ୍ତ କରିବା ସହ ସହଯୋଗର ହାତ ବଢ଼ାଇଥିବା ସଂକଳ୍ପ ସୋସିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।