ଦୁଇ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଦୁଇ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ଶିକ୍ଷୟିତ୍ରୀଙ୍କୁ_ସମ୍ବର୍ଦ୍ଧନା   କେନ୍ଦ୍ରାପଡା : କେନ୍ଦ୍ରାପଡାସ୍ଥିତ ପ୍ରାଥମିକ ଶିକ୍ଷକ ସଂଘ ଗରାପୁର କାର୍ଯ୍ୟାଳୟଠାରେ ଦୁଇ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପରିବେଶର ସୁରକ୍ଷା ପାଇଁ ବିଶେଷ କାର୍ଯ୍ୟ କରୁଥିବା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶକୁନ୍ତଳା ସେନ୍ ଓ ପ୍ରତିମା ନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପରିବେଶବିତ୍ କାଶୀନାଥ ରାଉତରାୟ ଅତିଥିଭାବେ ଯୋଗଦେଇ ଶିକ୍ଷୟିତ୍ରୀଙ୍କୁ ଅଙ୍ଗବସ୍ତ୍ର ଓ ଚାରାବୃକ୍ଷ ପ୍ରଦାନ କରିଥିଲେ । ମାହାଙ୍ଗା ଗୋଷ୍ଟୀ ଉନ୍ନୟନ ଅଧିକାରୀ ନିହାର ରଂଜନ ମଲ୍ଲିକ, ସଂଘ ସଭାପତି ମନୋରଂଜନ ବାରିକ, ସଂପାଦକ ମାନସ ରଂଜନ ପ୍ରଧାନ, ଭାସ୍କର ଦାସ, ପ୍ରଧାନ ଶିକ୍ଷୟିତ୍ରୀ ସରିତା ପଣ୍ଡା, ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ବରିଷ୍ଠ କର୍ମକର୍ତା ରାଜେନ୍ଦ୍ର ପ୍ରସାଦ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।