ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ,ମା’ ଗୁରୁତର

ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ,ମା’ ଗୁରୁତର

ଓଡିଶା ଅପରାଧ ଗଞ୍ଜାମ ଜିଲ୍ଲା ବଡ ଖବର

#ଦୁଇ_ପୁଅଙ୍କ_ମାଡ଼ରେ_ବାପା_ମୃତ_ମାଆ_ଗୁରୁତର           ପୋଲସରା    :   ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର  ବଡ଼ ସାହିରେ ଶନିବାର ଦିନ ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ଓ ମାଆ ସହିତ ପୁଅମାନଙ୍କ ମଧ୍ୟରେ ଥିବା ପ୍ରେମ, ସ୍ନେହ ଓ ଶ୍ରଦ୍ଧାରେ ଲାଗିଛି କଳଙ୍କ। ଦୁଇ ପୁଅଙ୍କ ମାଡ଼ରେ ବାପା ଅଭିମନ୍ୟୁ ପ୍ରଧାନ ମୃତ୍ୟୁ ବରଣ କରିଥିବା ବେଳେ ଜନ୍ମଦାତ୍ରୀ ମା’  ଅପସରା ପ୍ରଧାନ ଗୁରୁତର ଅବସ୍ଥାରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ  ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଆସନ୍ତା କାଲି ଜୁନ ୨୧ ତାରିଖ  ବିଶ୍ୱ ପିତୃ ଦିବସ ହେବାକୁ ଥିବା ବେଳେ ତାହାର ପୂର୍ବ ଦିନ ଦୁଇ ପୁଅ ବାପାଙ୍କୁ ମାଡ଼ଦେଇ ମାରି ଦେଇଥିବା ଯୋଗୁଁ ସିନିୟର ସିଟିଜନଙ୍କ ମଧ୍ୟରେ ଚିନ୍ତା ବଢ଼ାଇ ଦେଇଛି। ବଡ଼ ପୁଅ ସୁଶାନ୍ତ ପ୍ରଧାନ ଓ ସାନ ପୁଅ  ମଙ୍ଗୁଳୁ  ପ୍ରଧାନ ଦୁଇ ଭାଇଙ୍କ ଏହିପରି ବର୍ବରୋଚିତ କାର୍ଯ୍ୟ କଳାପ ପାଇଁ କଳମ୍ବ ଗ୍ରାମ ସହ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।  ଏହାସହ ପିତୃହନ୍ତା ଦୁଇ ଭାଇଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଖବର ପାଇ ପୋଲସରା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଅଭିମନ୍ୟୁ ପ୍ରଧାନଙ୍କ ମର ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁଇ ଭାଇ ସୁଶାନ୍ତ ଓ ମଙ୍ଗୁଳୁ କୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛନ୍ତି।ପ୍ରକାଶ ଥାଉକି ଏହି ଦୁଇଭାଇ ସେମାନଙ୍କ ଅନ୍ୟଜଣେ ଭାଇକୁ ହତ୍ୟା କରି ଜେଲରେ ଥିବା ବେଳେ ବେଲରେ ଆସି ମାଡ଼ମାରି ବାପାଙ୍କ ଜୀବନ ନେଇ ପୁଣି ଏକ ହତ୍ୟା କାଣ୍ଡ ଘଟାଇଛନ୍ତି।