ଦାୟିତ୍ୱ ଗ୍ରହଣ କରିବାର କିଛି ସମୟପରେ ସଡକ ଦୁର୍ଘଟଣାରେ ବ୍ୟାଙ୍କ ମ୍ୟାନେଜର ମୃତ

ଓଡିଶା ଗଞ୍ଜାମ ଜିଲ୍ଲା ରାଜ୍ୟ

#ସଡକ_ଦୁର୍ଘଟଣାରେ_ବ୍ୟାଙ୍କ_ମ୍ୟାନେଜର_ମୃତ    ବ୍ରହ୍ମପୁର : ଗୋଳନ୍ଥରା ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣା । ଗୋଳନ୍ଥରା ଥାନା ନିକଟରେ ମମର୍ନ୍ତୁଦ ସଡକ ଦୁର୍ଘଟଣା । ମୋଟରସାଇକେଲ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଘଟଣାସ୍ଥଳରେ  ଉତ୍କଳ ଗ୍ରାମୀଣ ବ୍ୟାଙ୍କ ସୁନପୁର ଶାଖା ମ୍ୟାନେଜର ଭଗବାନ ସାହୁଙ୍କର ମୃତ୍ୟୁ ହୋଇଛି ।ତାଙ୍କୁ ୫୪ ବର୍ଷ ବୟସ । ପଛରେ ବସିଥିବା ବିଦାୟୀ ମ୍ୟାନେଜର ମହେନ୍ଦ୍ର ତ୍ରିପାଠୀ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଶବକୁ ଜବତ କରି ପୋଷ୍ଟମୋର୍ଟମ୍ ପାଇଁ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ୍କୁ ପଠାଇଛି ।