#ଦଣ୍ଡଯାତ୍ରା_ମହାମିଳନ

ଦଣ୍ଡଯାତ୍ରା ମହାମିଳନ ପାଇଁ ଶୁଭଖୁଣ୍ଟି  ସ୍ଥାପନ

ଓଡିଶା ବଡ ଖବର ବିଶେଷ

#ଦଣ୍ଡଯାତ୍ରା_ମହାମିଳନ    କୋଦଳା  :ଗଞ୍ଜାମ ଜିଲ୍ଲା କୋଦଳାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପନ୍ଦର ଦଣ୍ଡ ଯାତ୍ରା ହେବା ନିମନ୍ତେ ଆଜି ଶନିବାର କୋଦଳା ଡ଼ାକ ବଙ୍ଗଳା ଅସ୍ଥାୟୀ ମେଳଣ ପଡିଆ ଠାରେ ଶୁଭଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ସରିଛି |ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ମାଁ ଦଣ୍ଡକାଳୀ ଯାତ୍ରା ଚଳିତ ମାସ  ଚବିଶ  ତାରିଖରେ ଆରମ୍ଭ ହୋଇ ଦୀର୍ଘ ଏକୋଇଶ ଦିନଧରି ହେବାକୁ ଥିବାବେଳେ କୋଦଳା ଠାରେ ଆସନ୍ତା ଏପ୍ରିଲ ମାସ ସାତ ତାରିଖରେ ବିଭିନ୍ନ ଗ୍ରାମର ପନ୍ଦରଟି ଦଣ୍ଡ ପାର୍ଟିଙ୍କୁ ଏକତ୍ରୀତ କରି ଏକ ମହାମିଳନର ଆୟୋଜନ କରାଯାଇ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟ ରେ ପହଞ୍ଚିଛି |ପ୍ରାୟ 15 ସାହିରେ ଏହି ଦଣ୍ଡ ହେଓଥିବା ଯୋଗୁଁ ପ୍ରତି ସାହିଲୋକେ ଏକତ୍ରୀତ ହେଇ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ଏକ ଅସ୍ଥାୟୀ କମିଟି ଗଠନ କରାଯାଇଛି |ଏଥିରେ ସଭାପତି ଭାବେ ଇ. ବାନାର୍ଜୀ ପାତ୍ର ଙ୍କୁ ସର୍ବସମ୍ମତି କ୍ରମେ ବଛାଯାଇଛି ।