ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଲା

ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଲା

ଓଡିଶା ଜିଲ୍ଲା ପୁରୀ ବଡ ଖବର

#ତୃତୀୟ_ପର୍ଯ୍ୟାୟ_ରଥ_କାଠ_ଶ୍ରୀକ୍ଷେତ୍ରରେ_ପହଞ୍ଚିଲା        ପୁରୀ : (କମଳାକାନ୍ତ ମିଶ୍ର)  ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସୋମବାର ଦିନ ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଂଚିଛି । ୨୧ ଖଣ୍ଡ ବିଭିନ୍ନ ସାଇଜ୍ ର କାଠ ଦଶପଲ୍ଲାରୁ ଟ୍ରକ୍ ଯୋଗେ ପୁରୀକୁ ଆସିଛି । ଏହି ୨୧ ଖଣ୍ଡ କାଠ ମଧ୍ୟରୁ ୨୦ ଫୁଟିଆ ଅସନ କାଠ ୯ ଖଣ୍ଡ, ୧୨ ଫୁଟିଆ ଅସନ କାଠ ୬ ଖଣ୍ଡ ଓ ୨୦ ଫୁଟିଆ ଧଉରା କାଠ ୬ ଖଣ୍ଡ ରହିଛି ।
ଗତ ଶ୍ରୀପଂଚମୀ ଦିନ ପ୍ରଥମ ପର୍ଯ୍ୟାୟ ରଥ କାଠ ଅନୁକୂଳ ହୋଇଥିଲା । ଚଳିତ ବର୍ଷ ଅପ୍ରେଲ ୨୬ ତାରିଖ ଅକ୍ଷୟ ତୃତୀୟ ଅବସରରେ ତିନି ରଥର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହେବ । ତିନି ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥ କାଠ ଆବଶ୍ୟକ ହୋଇଥାଏ । ଶ୍ରୀ ମନ୍ଦିର ପ୍ରଶାସନ ନିକଟରେ ୧୯୩ ଖଣ୍ଡ କାଠ ଗତ ବର୍ଷ ଠାରୁ ବଳକା ରହିଛି । ଆଉ ୬୭୨ ଖଣ୍ଡ କାଠ ଆବଶ୍ୟକ ହେଉଛି । ସେଥିମଧ୍ୟରୁ ୨ଟି ପର୍ଯ୍ୟାୟରେ ୧୦୪ ଖଣ୍ଡ ଓ ଆଜି ତୃତୀୟ ପର୍ଯ୍ୟାୟରେ ୨୧ ଖଣ୍ଡ କାଠ ଏପରି ମୋଟ୍ ୧୨୫ ଖଣ୍ଡ କାଠ ରଥ ଖଳାରେ ପହଂଚିଛି । ଆଉ ୫୪୭ ଖଣ୍ଡ ବିଭିନ୍ନ ପର୍ଯ୍ୟାୟରେ ରଥଖଳାରେ ପହଂଚିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।