ତିନି ଶକ୍ତିପୀଠ ସମେତ ପଞ୍ଚସଖା ମହାପୁରୁଷ ଭକ୍ତିପୀଠରେ ୧୪୪ ଜାରୀ

ତିନି ଶକ୍ତିପୀଠ ସମେତ ପଞ୍ଚସଖା ମହାପୁରୁଷ ଭକ୍ତିପୀଠରେ ୧୪୪ ଜାରୀ

ଓଡିଶା ଜଗତସିହଂପୁର ଜିଲ୍ଲା ବଡ ଖବର

#ତିନି_ଶକ୍ତିପୀଠ_ସମେତ_ପଞ୍ଚସଖା_ମହାପୁରୁଷ_ଭକ୍ତିପୀଠରେ_୧୪୪_ଜାରୀ          ଜଗତସିଂହପୁର      :   ଜଗତସିଂହପୁର ଜିଲ୍ଲାର ତିନି ପ୍ରମୁଖ ଶକ୍ତି ପୀଠ ସମେତ ଗୋଟିଏ ଭକ୍ତି ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନି ଦିନ ପାଇଁ ୧୪୪ ଧାରା ଜାରୀ କରାଯାଇଛି ।  ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।
ସେହି ପୀଠ ଗୁଡିକ ହେଲା ବାଲିକୁଦା ପରହାଟ ସ୍ଥିତ ଭଗବତୀ ମନ୍ଦିର, ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ଼ ଶାରଳା ପୀଠ, ପାରାଦ୍ୱୀପର ଶାରଳା ମନ୍ଦିର ଏବଂ ଜିଲ୍ଲାର ବିରିଡ଼ି ସ୍ଥିତ ପଞ୍ଚସଖା ମହାପୁରୁଷ ପୀଠ (ଧ୍ୟାନକୁଦ) ।
ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତୀ ଅବସରରେ ଏସବୁ ପୀଠରେ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥାଏ । ତେବେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସେହିପରି ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକାଠି ନହେବା ପାଇଁ ପ୍ରଶାସନର କଡ଼ା ନିର୍ଦ୍ଦେଶ ରହିଛି । ଏଥିରେ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚାଇ ଦିଆଯାଇଛି ।