ତିନି ଦିନରେ ଓଡିଶା ଛୁଇଁବ ମୌସୁମୀ , ଗୁରୁବାରରୁ ପ୍ରବଳ ବର୍ଷା ସମ୍ଭାବନା

ତିନି ଦିନରେ ଓଡିଶା ଛୁଇଁବ ମୌସୁମୀ , ଗୁରୁବାରରୁ ପ୍ରବଳ ବର୍ଷା ସମ୍ଭାବନା

ଓଡିଶା ବଡ ଖବର

#ତିନି_ଦିନରେ_ଓଡିଶା_ଛୁଇଁବ_ମୌସୁମୀ          ଭୁବନେଶ୍ୱର  :  ତିନି ଦିନ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବ । ୧୧ କିମ୍ବା ୧୨ ତାରିଖ ବେଳକୁ ମୌସୁମୀ ଓଡିଶାରେ ପହଂଚିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଅନ୍ୟପକ୍ଷରେ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସୃଷ୍ଟି ହୋଇଥିବା ଲଘୁ·ପ ବଳୟ ଆସନ୍ତା ୪୮ଘଂଟା ମଧ୍ୟରେ ଘନୀଭୂତ ହେବା ସହ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରିବ । ଏହା ପ୍ରଭାବରେ ଆସନ୍ତାକାଲି (ବୁଧବାର) ଠାରୁ ଓଡ଼ିଶାର ଗଂଜାମ , ଗଜପତି , ପୁରୀ , କନ୍ଧମାଳ , କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କୋରାପୁଟ ,ମାଲକାନଗିରି ଓ ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ।