#ଡାହାଣୀ_ସନ୍ଦେହରେ_ମାଇଁର_ମୁଣ୍ଡରୁ_ଗଣ୍ଡିକୁ_କାଟି_ଅଲଗା_କଲା_ଭଣଜା  

ଡାହାଣୀ ସନ୍ଦେହରେ ମାଇଁର ମୁଣ୍ଡରୁ ଗଣ୍ଡିକୁ କାଟି ଅଲଗା କଲା ଭଣଜା

ଓଡିଶା ଅପରାଧ ବଡ ଖବର
#ଡାହାଣୀ_ସନ୍ଦେହରେ_ମାଇଁର_ମୁଣ୍ଡରୁ_ଗଣ୍ଡିକୁ_କାଟି_ଅଲଗା_କଲା_ଭଣଜା       ବାରିପଦା     :   (ଆଶିଷ କୁମାର ଦେ) ଡାହାଣୀ ସନ୍ଦେହରେ ମାଇଁ ର ମୁଣ୍ଡ ରୁ ଗଣ୍ଡି କୁ କାଟି ଅଲଗା କଲା ଭଣଜା ।ଏଭଳି ଏକ ସମ୍ବେଦନଶୀଳ ତଥା ଲୋମହର୍ଷଣ ଘଟଣା ଘଟିଛି ଖୁଣ୍ଟା ଥାନା ଅଧୀନ କରକଚିଆ ଗ୍ରାମରେ । ସୂଚନା ମୁତାବକ କରକଚିଆ ଗ୍ରାମର କନ୍ଦା ସିଂଙ୍କ ପୁଅ ବୁଧରାମ ଓରଫ ଶୁକୁରା (୨୮) ର ୪ ବର୍ଷର ଝିଅ ଅସୁସ୍ଥତା କାରଣରୁ ଏକ ସପ୍ତାହ ପୂର୍ବେ ମୃତ୍ୟୁବରଣ କରିଥିବା ବେଳେ ସମ୍ପର୍କୀୟ ମାଇଁ ସେହି ଗ୍ରାମର ଲେପା ସିଂଙ୍କ ପତ୍ନୀ ଡେମ୍ପର(୬୦) ର ଗୁଣି ଗାରେଡ଼ି ରେ ଝିଅର ମୃତ୍ୟୁ ହୋଇଥିବା ସନ୍ଦେହ କରି ଅଭିଯୁକ୍ତ ବୁଧରାମ ଆଜି ଦିନ ପ୍ରାୟ ୧୧ ଟା ସମୟରେ କରକଚିଆ ଗ୍ରାମର ନୂଆସାହି ଛକ ନିକଟରେ ମାଇଁ ଡ଼େମ୍ପରକୁ ପାଇ ଏକ ବାର୍ଚ୍ଛା ରେ ମୁଣ୍ଡ ରୁ ଗଣ୍ଡି କୁ କାଟି ଅଲଗା କରି ହତ୍ୟା କରିଥିଲା । ପରେ କଟା ମୁଣ୍ଡ ଓ ବାର୍ଚ୍ଛା ଧରି ଚାଲି ଚାଲି ପୁଲିସ ନିକଟରେ ଆତ୍ମସର୍ମପଣ କରିବାକୁ ଆସୁଥିବା ବେଳେ ଖବର ପାଇ ପୁଲିସ ରାସ୍ତାରୁ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଛି। ପରେ ସାଇଣ୍ଟିଫିକ ଟିମର  ସହାୟତାରେ ତଦନ୍ତ ଅବ୍ୟାହତ ରହିଛି। ଏଥିନେଇ ଥାନାରେ କେସ ନଂ ୯୬ା ୨୦ରେ ଏକ ମାମଲା ରୁଜୁ କରିଛି ପୁଲିସ ।
Attachments area