ଡେରାବିଶ ମହିଳା କଲେଜ ଜମି ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି

ଡେରାବିଶ ମହିଳା କଲେଜ ଜମି ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି

ଓଡିଶା କେନ୍ଦ୍ରାପଡା ରାଜ୍ୟ

#ଜିଲ୍ଲାପାଳଙ୍କ_ଠାରେ_ଦାବି    କେନ୍ଦ୍ରାପଡା : ଡେରାବିଶ ମହିଳା ମହାବିଦ୍ୟାଳୟର କେତେକ ସମସ୍ୟା ସମାଧାନ ପାଇଁ ଅଂଚଳର ବୁଦ୍ଧିଜିବୀମାନେ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଆଲୋଚନା କରିଛନ୍ତି । କଲେଜର ମୁଖ୍ୟତଃ ଦୀର୍ଘଦିନରୁ ଲାଗି ରହିଥିବା ଜମି ସମସ୍ୟା ସମାଧାନ ହୋଇପାରୁନଥିବାରୁ ଶ୍ରେଣୀଗୃହର ଅଭାବ ପରିଲକ୍ଷିତ ହେଉଛି । ଅଂଚଳରେ ନାରୀ ଶିକ୍ଷାର ବିକାଶ ପାଇଁ ଏହି କଲେଜ୍ ମୁଖ୍ୟ ଶିକ୍ଷାନୁଷ୍ଠାନ ହୋଇଥିବାବେଳେ ଏହାର ଉନ୍ନତି ବିଧାନ କରାଯାଇପାରୁନାହିଁ । ସମାଜସେବୀ ହଳଧର ଦାଶଙ୍କ ନେତୃତ୍ୱରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଚିତରଂଜନ ଦାସ, ଅଧ୍ୟାପକ ପ୍ରଭାକର ସାମଲ, ପ୍ରଫେସର ଗୋଲଖ ଚନ୍ଦ୍ର ମହାଭୋଇ, ଭବାନୀ ପ୍ରସାଦ ଓଝା, ରମେଶ ଚନ୍ଦ୍ର ଦାସ ଓ ରଜନୀକାନ୍ତ ମହାନ୍ତି ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଛନ୍ତି ।