ଡିଭାଇଡରରେ ପିଟି ହୋଇ ଓଲଟିଲା ଆମ୍ବୁଲାନ୍ସ

ଡିଭାଇଡରରେ ପିଟି ହୋଇ ଓଲଟିଲା ଆମ୍ବୁଲାନ୍ସ

ଓଡିଶା କଟକ ଜିଲ୍ଲା ବଡ ଖବର ମହାନଗର

#ଡିଭାଇଡରରେ_ପିଟି_ହୋଇ_ଓଲଟିଲା_ଆମ୍ବୁଲାନ୍ସ               କଟକ: ଯାଜପୁର ଜିଲ୍ଲାରୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ନେଇ  ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆମ୍ବୁଲାନ୍ସ ଗୁରବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ରାତି ପ୍ରାୟ ୧୦ଟାରେ କଟକ ସହରର ଓଏମପି ଛକ ନିକଟରେ ଜେକେବିକେ କଲେଜ ସମ୍ମୁଖରେ ରାସ୍ତାର ଡିଭାଇଡରରେ ମାଡ଼ ହେବାରୁ  ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ ।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ଟାରେ ୫ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ୫ଟି ଆମ୍ବୁଲାନ୍ସ ଯାଜପୁର ଜିଲ୍ଲାର କଟିକଟା କଣ୍ଟେନମେଣ୍ଟ ଅଞ୍ଚଳରୁ ବାହାରିଥିଲା । ଏହି ଆମ୍ବୁଲାନ୍ସରେ କରୋନା ସଂକ୍ରମିତ ରୋଗୀ ଥିଲେ । ଏମାନେ ଭୁବନେଶ୍ୱରସ୍ଥିତ ଏକ କୋଭିଡ-୧୯ ହସ୍ପିଟାଲକୁ ଯାଉଥିଲେ । ଆମ୍ବୁଲାନ୍ସ ଗୁଡ଼ିକ ଆଗପଛ ହୋଇ ଯାଉଥିଲା । ଆଗରେ ଯାଉଥିବା ଆମ୍ବୁଲାନ୍ସର ଚାଳକ ଭାରସାମ୍ୟ ହରାଇଥିଲେ । ଫଳରେ ଗାଡ଼ିଟି ଓଲଟିପଡ଼ିଥିଲା । ଏହି ସମୟରେ ପଛରେ ଆସୁଥିବା ଅନ୍ୟ ୪ଟି ଆମ୍ବୁଲାନ୍ସ ସେଠାରେ ଲାଗି ରହିଥିଲେ । କିନ୍ତୁ ଯେଉଁଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ସେଥିରେ ଥିବା କରୋନା ସଂକ୍ରମିତ ବ୍ୟକ୍ତି ଗାଡ଼ିରୁ ବାହାରି କିଛି ସମୟ ରାସ୍ତାରେ ବସିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କ ସହିତ ପରିବାର ଲୋକେ ମଧ୍ୟ ଥିଲେ । ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ସଂପୃକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ୱର ପଠାଯାଇଥିଲା ।